ବଙ୍ଗାଳି ଅଭିନେତ୍ରୀ କୋୟଲ ମଲ୍ଲିକଙ୍କ ସମେତ ପିତା ଓ ପରିବାର କରୋନା ସଂକ୍ରମିତ

ମୁମ୍ବଇ: ବଙ୍ଗଳା ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ରଞ୍ଜୀତ ମଲ୍ଲିକ ଓ ତାଙ୍କ ଝିଅ ଅଭିନେତ୍ରୀ କୋୟଲ ମଲ୍ଲିକ ପରିବାର ସମେତ କରୋନା ସଂକ୍ରମିତ ହୋଇଛନ୍ତି। କୋୟଲ ନିଜେ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ମାଆ, ବାପା ଓ ସ୍ୱାମୀ ନିଶ୍‍ପାଲ୍‍ ସିଂହ ଓରଫ ରାଣେଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହିତ ସେମାନେ ସେଲ୍‌ଫଫ କ୍ୱାରେଣ୍ଟାଇନରେ ଅଛନ୍ତି ବୋଲି ଅଭିନେତ୍ରୀ ସୂଚନା ଦେଇଛନ୍ତି। ରଞ୍ଜିତ, କୋୟଲ ଓ ତାଙ୍କ ପରିବାର ସଦସ୍ୟଙ୍କଠାରେ ଗତ ୨ ସପ୍ତାହ ହେବ କରୋନା ଲକ୍ଷଣ ଦେଖା ଦେଉଥିଲା।

ସୂଚନାଯୋଗ୍ୟ, କୋୟଲ ଗତ ମେ ମାସରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରଠାରୁ ସେ ନିଜ ମାଆ-ବାପାଙ୍କ ସହ ରହୁଥିଲେ। କୋୟଲ ବଙ୍ଗଳା ସିନେ ଜଗତର ଜଣେ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ।

Comments are closed.