ରେଳ ଷ୍ଟେସନରେ ବୋମା ଆକ୍ରମଣ, ପଶ୍ଚିମବଙ୍ଗ ଶ୍ରମମନ୍ତ୍ରୀ ଗୁରୁତର

ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୋସେନ ଆଜି ସନ୍ଧ୍ୟାରେ ଅଜଣା ଆକ୍ରମଣକାରୀଙ୍କ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି। ମୁର୍ଶିଦାବାଦର ନିମତୀତା ରେଳ ଷ୍ଟେସନରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଲକ୍ଷ କରି ବୋମା ନିକ୍ଷେପ କରିଥିଲେ। ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

ଶ୍ରୀ ହୋସେନ ଆଜି ରାତି ୧୦ଟା ସମୟରେ ୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ ପାଇଁ ଅପେକ୍ଷା କରିଥିବା ବେଳେ ଏହି ଆକ୍ରମଣ ହୋଇଥିବା ପଶ୍ଚିମବଙ୍ଗର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି। ମୁର୍ଶିଦାବାଦ ଜିଲ୍ଲା ଜଂଗୀପୁର ବିଧାୟକ ଏବଂ ଅନ୍ୟ ଦୁଇ ଆହତଙ୍କୁ ଜଂଗୀପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.