ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ହେବ ଅଲଗା ଭୋଜନ କକ୍ଷ

କଲକାତା : ପଶ୍ଚିମବଙ୍ଗ ସରକାର ସ୍କୁଲରେ ମୁସଲମାନ ଛାତ୍ରଙ୍କ ନିମନ୍ତେ ଏକ ଅଲଗା ଭୋଜନ କକ୍ଷ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମମତା ବାନାର୍ଜୀଙ୍କ ସରକାର ଏକ ନୂଆ ମାର୍ଗଦର୍ଶୀକା ଜାରି କରିଛନ୍ତି । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ମମତା ବାନାର୍ଜୀଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୭୦%ରୁ ଅଧିକ ମୁସଲମାନ ଛାତ୍ର ଥିବା ସ୍କୁଲରେ ସେମାନଙ୍କ ପାଇଁ ଅଲଗା ଭୋଜନ କକ୍ଷ ନିର୍ମାଣ କରାଯିବ। ଏଥିପାଇଁ ସବୁ ସ୍କୁଲକୁ ତଥ୍ୟ ମଗାଯାଇଛି।
ପଶ୍ଚିମବଙ୍ଗ ସଂଖ୍ୟାଲଘୁ ବ୍ୟାପାର ବିଭାଗ ପକ୍ଷରୁ କୁଚବିହାର ଜିଲାପାଳଙ୍କୁ ଜାରି ନିର୍ଦେଶରେ କୁହାଯାଇଛି ଯେ ‘ସ୍ୱତନ୍ତ୍ର ସଚିବଙ୍କ ୧୪/୦୬/୧୯ ପତ୍ର ଅନୁସାରେ ୭୦% ଓ ତାଠୁ ଅଧିକ ମୁସଲମାନ ଛାତ୍ର ପଢୁଥିବା ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ତାଲିକ୍ରା ଜୁନ ୨୮ ସୁଦ୍ଧା ପ୍ରଦାନ କରନ୍ତୁ। ଏହି ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପାଇଁ ଅଲଗା ଭୋଜନ କକ୍ଷ ନିର୍ମାଣ କରାଯିବ। ଟିଏମସି ସରକାରଙ୍କ ଏହି ପଦକ୍ଷେପକୁ ବିଜେପି ଦୃଢ ନିନ୍ଦା କରିଛି। ଟିଏମସି ପଶ୍ଚିମବଙ୍ଗରେ ତୁଷ୍ଟିକରଣ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଛି।

Comments are closed.