ଆସୁଛି ବେନେଲୀର ୧୨ଟି ନୂଆ ମଡେଲ ବାଇକ

0

ନୂଆଦିଲ୍ଲୀ : ଭାରତରେ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବେନେଲୀ ନିଜର ନୂତନ ମଡେଲ ବାଇକ୍‍ ବଜାର ପ୍ରବେଶ ପାଇଁ ଯୋଜନା ଚଳାଇଛି। ୨୦୧୯ ସୁଦ୍ଧା ୧୨ଟି ନୂଆ ବାଇକ୍‍ର ବଜାର ପ୍ରବେଶ କରାଇବ ବୋଲି କମ୍ପାନୀ ପ୍ରତିଶୃତି ଦେଇଛି। ପ୍ରଥମେ ଲିଓନସିନୋ-୫୦୦ ବାଇକ୍‍ ଓ ପରେ ଟିଆରକେ-୫୦୨କୁ ବଜାର ପ୍ରବେଶ କରାଇବା ପାଇଁ କମ୍ପନୀ ନିଷ୍ପତ୍ତି ନେଇଛି। ଭାରତରେ ବନେଲୀର ସହଯୋଗୀ ଡିଏସକେ ମୋଟରହ୍ୱିଲ୍‍ ମିଳିତଭାବେ ଏହାର ଲଞ୍ଚ କରିବାଲୁ ଯାଉଛି। କମ୍ପାନୀ ଏହି ବାଇକରେ ଏଲଇଡି ହେଡଲ୍ୟାମ୍ପ, ଟର୍ନ ଇଣ୍ଡିକେଟର, ଡିଜିଟାଲ ଇନଷ୍ଟ୍ରୁମେଣ୍ଟାଲ କଲ୍ସଷ୍ଟର ଆଦି ରହିଛି। ଲିଓନସିନୋ-୫୦୦ର ଇଞ୍ଜିନ କଥା କହିବାକୁ ଗଲେ ୪୮ ପିଏସ୍‍, ୪୫ଏନଏମ୍‍ ସହ ୬ସ୍ପିଡ ଟ୍ରାନ୍ସମିଶନ ରହିଛି।
ଭାରତୀୟ ବଜାରରେ ଏହି ବାଇକ ରୟାଲ ଏନଫିଲ୍ଟ-୬୫୦ ସହ ପ୍ରତିଯୋଗିତା କରିବ ବୋଲି କମ୍ପାନୀ ଅନୁମାନ କରିଛି।

Leave A Reply