ହିତକାରୀ ତୁଳସୀ ପାଣି

ଆୟୁର୍ବେଦରେ ତୁଳସୀକୁ ମହୌଷଧି ଭାବେ ବର୍ଣ୍ଣନା କରାଯାଇଛି। ନିୟମିତ ତୁଳସୀ ପତ୍ରକୁ ଚୋବାଇ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା, କାଶରୁ ମଧ୍ୟ ରକ୍ଷା ମିଳେ। ପ୍ରାଚୀନ ସମୟରେ ବଇଦମାନେ ତୁଳସୀର ଉପଯୋଗ କରି ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ। ନିକଟରେ ଗବେଷକମାନେ ପ୍ରମାଣିତ କରିଛନ୍ତି ଯେ ତୁଳସୀ ଓ ତୁଳସୀ ଫୁଟା ପାଣି ଉଭୟ ସ୍ବାସ୍ଥ୍ୟ ପାଇଁ ହିତକାରୀ।

– ପ୍ରାକୃତିକ ତତ୍ତ୍ବରେ ଭରପୂର ତୁଳସୀ ଫୁଟା ପାଣିକୁ ଉଷୁମ କରି ପିଇଲେ ଆମ ହଜମ କ୍ରିୟା ଭଲ ହେଉଥିବାର ଗବେଷକଙ୍କ ମତ।

-ତୁଳସୀ ପାଣି ପିଇବା ଦ୍ବାରା ମସ୍ତିଷ୍କ ଭଲଭାବେ କାର୍ଯ୍ୟ କରୁଥିବାର ଜଣାପଡ଼ିଛି। ଅବସାଦ, ମାନସିକ ଚାପରେ ରହୁଥିବା ଲୋକ ତୁଳସୀ ପାଣି ପିଇଲେ ଶୀଘ୍ର ଲାଭ ମିଳିଥାଏ। ବିଶେଷଜ୍ଞ ଦଳ ଅଢ଼େଇ ମାସ ଅନୁଧ୍ୟାନ କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି।

– ଦୈନିକ ସକାଳବେଳା ତୁଳସୀ ପାଣି ପିଇ ଦିନର ଆରମ୍ଭ କଲେ ଏହାର ଉତ୍ତମ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।

Comments are closed.