ଆମ ସଂସ୍କୃତି ଓ ପରମ୍ପରା ବଡ଼ଙ୍କ ପାଦ ଛୁଇଁବା : ହେଲେ କ’ଣ ଜାଣନ୍ତି ଏହାର ଉଚିତ ଶୈଳୀ ଓ ଲାଭ?

ଭାରତୀୟ ପରମ୍ପରାରେ ଅନେକ ନୀତି ନିୟମ ରହିଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଗୁରୁଜନଙ୍କ ପାଦ ଛୁଇଁବା। ବିଶ୍ବାସ ରହିଛି ଗୁରୁଜନଙ୍କ ପାଦ ଛୁଇଁ ବିଦ୍ୟା, ବୁଦ୍ଧି ଏବଂ ସୁଖ-ସମୃଦ୍ଧିର ଆଶୀର୍ବାଦ ଭିକ୍ଷା କରାଯାଏ। ଆମ ସଂସ୍କୃତି ଓ ପରମ୍ପରା ଆଧାରରେ ପିଲାବେଳୁ ଆମକୁ ଗୁରୁଜନଙ୍କୁ ସମ୍ମାନ ଦେବା ଏବଂ ଚରଣ ସ୍ପର୍ଶ କରିବାର ଶିକ୍ଷା ଦିଆଯାଇଥାଏ। ହେଲେ ଖୁବ୍ କମ୍ ଲୋକ ଏହାର ମହତ୍ତ୍ବ ବିଷୟରେ ଅବଗତ। ତେବେ ଆସନ୍ତୁ ଆଜି ଜାଣିବା ଚରଣ ସ୍ପର୍ଶ କରିବାର ସଠିକ୍ ନିୟମ ଓ ଲାଭ ଆଦି ବିଷୟରେ –

ଚରଣ ସ୍ପର୍ଶର ଲାଭ :
ଗୁରୁଜନଙ୍କ ଚରଣ ସ୍ପର୍ଶ କରିବା ଦ୍ବାରା ନିଜ ଭିତରେ ନମ୍ରତା, ଅନ୍ୟଙ୍କ ପ୍ରତି ଆଦର ଏବଂ ବିନୟ ଭାବ ଜାଗ୍ରତ ହୋଇଥାଏ। ଏହା ସହିତ ବରିଷ୍ଠଙ୍କ ସକରାତ୍ମକ ଶକ୍ତି ଆଶୀର୍ବାଦ ରୂପରେ ଆମ ଭିତରେ ପ୍ରବାହିତ ହୋଇଥାଏ। ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦ୍ବାରା ସମସ୍ତ କାର୍ୟ୍ୟ ଭଲ ଭାବରେ ସମ୍ପନ୍ନ ହୋଇଥାଏ। ଏହା ସହ ସମସ୍ତ ପ୍ରକାର ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ। ମାତା, ପିତା ଏବଂ ଗୁରୁଙ୍କ ଚରଣ ସ୍ପର୍ଶ କଲେ ଧନ ସହ ବିବାହ ସମ୍ବନ୍ଧୀୟ ସମସ୍ତ ବାଧା ଦୂର ହୋଇଥାଏ।

କେମିତି ଛୁଇଁବେ ପାଦ :
କୌଣସି ଗୁରୁଜନ କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ପାଦ ଛୁଇଁବା ସମୟରେ ନିଜ ମୁଣ୍ଡକୁ ଦୁଇ ହାତ ମଧ୍ୟରେ ରଖି ଶରୀରର ଉପର ଭାଗକୁ ତଳକୁ ନୁଆଁଇ ଛୁଇଁବା ଉଚିତ୍। ଏହା ସହିତ ପାଦ ଛୁଇଁବା ସମୟରେ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନ ଭାବନା ରଖିବା ଉଚିତ୍। ବେଢଙ୍ଗରେ କାହାର ପାଦ ଛୁଇଁବା ଉଚିତ ନୁହେଁ।

Comments are closed.