ଜାଣନ୍ତୁ, କେତେ ଉପକାରୀ ଭଜା ରସୁଣ!

ସାଧାରଣତଃ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟର ସ୍ବାଦକୁ ଦୁଇଗୁଣା ବୃଦ୍ଧି କରିଥାଏ। ତେବେ କେବଳ ଖାଦ୍ୟର ସ୍ବାଦ ବୃଦ୍ଧି ନୁହେଁ ବରଂ ଶରୀରର ଅନେକ ରୋଗ ଦୂର କରିବାରେ ରସୁଣ ବିଶେଷ ଭାବେ ସହାୟକ ହୋଇଥାଏ। ଖାସ୍‌ କରି ଭଜା ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଭଜା ରସୁଣର ଉପକାରୀ ଗୁଣ ବିଷୟରେ –

-କଞ୍ଚା ରସୁଣକୁ ସୋରିଷ ତେଲରେ ଭାଜି ଖାଇଲେ, ଏହା ପେଟ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ। ପେଟ ଜନିତ ଅନେକ ସମସ୍ୟା ଦୂର କରିବା ସହ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରିଥାଏ।
-ଶରୀରର ବିଷାକ୍ତ ପଦାର୍ଥକୁ ନଷ୍ଟ କରିବା ପାଇଁ ଭଜା ରସୁଣ ଲାଭଦାୟକ ହୋଇଥାଏ।
-ଶ୍ୱାସରୋଗୀ ଭଜା ରସୁଣ ଖାଇଲେ ଖୁବ୍ ଲାଭ ମିଳିଥାଏ।
-ଏହାବ୍ୟତୀତ ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ରସୁଣକୁ ପେଷି ସେହି ସ୍ଥାନରେ ଲଗାଇ ପାରିବେ। ଏହାଦ୍ବାରା ତୁରନ୍ତ ଉପଷମ ମିଳିଥାଏ।
-କର୍କଟ ରୋଗରୁ ଦୂରେଇ ରହିବା ପାଇଁ ରସୁଣ ସାହାଯ୍ୟ କରିଥାଏ। ତେଣୁ ପ୍ରତ୍ୟେକ ଦିନ ରସୁଣକୁ ଖାଦ୍ୟରେ ସାମିଲ କରିବା ଉଚିତ।
-ଥଣ୍ଡା ରୋଗୀଙ୍କ ପାଇଁ ମଧ୍ୟ ଭଜା ରସୁଣ ଔଷଧ ପରି କାମ କରିଥାଏ।

Comments are closed.