ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଲାଲ କଦଳୀ

ଅମୃତ ଫେଣୀ/ଲାଲ କଦଳୀ: ସବୁଜ କଦଳୀ (କଞ୍ଚା) ଏବଂ ହଳଦୀଆ ରଙ୍ଗର କଦଳୀ(ପାଚିଲା) ଆପଣ ଜାଣିଥିବେ ନିଶ୍ଚୟ । କିନ୍ତୁ ଲାଲ କଦଳୀ ବିଷୟରେ ବିଶେଷ କେହି ଜାଣିନଥିବେ । ଏହାକୁ ଅମୃତ ଫେଣୀ ମଧ୍ୟ କୁହାଯାଏ । ବହୁତ କମ୍‍ ଲୋକ ଅମୃତ ଫେଣୀ ବା ଲାଲ କଦଳୀ ଜାଣିଥିବେ । କିନ୍ତୁ ଏହି ଫଳକୁ ବିଶ୍ୱର ସର୍ବାଧିକ ଲୋକ ଖାଇଥାନ୍ତି। ଏହାର ସ୍ୱାଦ ମଧ୍ୟ ଅନ୍ୟ କଦଳୀ ପରି ମିଠା । ଲାଲ କଦଳୀରେ କମ୍ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏହା ସହ ଏଥିରେ ଭରପୁର ମାତ୍ରାରେ ମିନେରାଲସ୍ , ଭିଟାମିନ ବି-୬, ଫାଇବର ଓ କାର୍ବୋହାଇଡ୍ରେଟ୍‍ ରହିଥାଏ। ଯାହା ଶରୀରକୁ ଦୀର୍ଘ ସମୟ ଧରି ଶକ୍ତି ଦେବାରେ ସାହାଯ୍ୟ କରେ ଏବଂ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ।

ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

ଓଜନ ହ୍ରାସ: ଲାଲ କଦଳୀ ବା ଅମୃତ ଫେଣୀ ଶରୀରରୁ ଓଜନ ହ୍ରାସ କରିବାରେ ସାହଯ୍ୟ କରିଥାଏ। ଗୋଟିଏ ଲାଲ କଦଳୀରେ ୯୦ରୁ ୧୦୦ କ୍ୟାଲୋରି ଓ କାର୍ବୋହାଇଡ୍ରେଟ୍‍ ଥାଏ। ଯାହା ଦୀର୍ଘ ସମୟ ଶକ୍ତି ଦେବା ସହ ଓଜନ ହ୍ରାସରେ ସହାୟକ ହୁଏ।

ବୃକକ୍‍ ପାଇଁ ହିତକାରକ: ଲାଲ କଦଳୀରେ ପୋଟାସିୟମ ଓ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ। ଯାହା ବୃକକ୍‍ ପାଇଁ ଲାଭଦାୟକ ହୋଇଥିବା ବେଳେ ହାଡକୁ ମଜଭୁତ କରିବାରେ ସାହାଯ୍ୟ କରେ।

ତ୍ୱଚା ପାଇଁ ଲାଭ: ଏହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଲାଲ କଦଳୀକୁ ପେଷ୍ଟ କରି ସେଥିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇଲେ ତ୍ବଚା ନମନୀୟ, କୋମଳ ଓ ସୁନ୍ଦର ହୋଇଥାଏ।

ରକ୍ତ ସଫା ରଖେ: ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ବି-୬ ଭରପୁର ମାତ୍ରାରେ ରହିଥାଏ । ଯାହା ରକ୍ତରେ ହିମୋଗ୍ଳୋବିନ୍ ମାତ୍ରା ବୃଦ୍ଧି କରିବା ଓ ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରେ।

କେଶ ପାଇଁ ମଧ୍ୟ ଉପକାରୀ: ଲାଲ କଦଳୀକୁ କେଶରେ ମାସ୍କ ଭାବରେ ବ୍ୟବହାର କରି ପାରିବେ। କଦଳୀ ପେଷ୍ଟ ସହ ନଡିଆ ତେଲ, ଆଲମଣ୍ଡ ତେଲ ଓ ଲେମ୍ବୁ ରସ ମିଶାଇ କେଶରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ। ଯାହା ଦ୍ୱାରା ଶୁଷ୍କ କେଶ, ରୂପି ଓ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଧୂମପାନର ପ୍ରଭାବକୁ ନଷ୍ଟ କରେ: ଧୂମପାନର ନକାରତ୍ମକ ପ୍ରଭାବକୁ ରୋକିବାରେ ଏହା ସାହଯ୍ୟ କରେ ଲାଲ କଦଳୀ ବା ଅମୃତଫେଣୀ ।  ଏଥିରେ ଥିବା ମାଗ୍ନେସିୟମ ଓ ପୋଟାସିୟମ ଧୂମପାନରେ ଥିବା ନିକୋଟିନର ପ୍ରଭାବକୁ ନଷ୍ଟ କରିଥାଏ। ମାନସିକ ସମସ୍ୟା ଓ ଦୁଶ୍ଚିନ୍ତା ଭଳି ସମସ୍ୟାକୁ ପ୍ରତିହତ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।

Comments are closed.