ମହିଳାଙ୍କ ପାଇଁ କଞ୍ଚା ଅମୃତଭଣ୍ଡାର ଉପକାରିତା

ଶରୀର ପାଇଁ କଞ୍ଚା ଓ ପାଚିଲା ଅମୃତ ଭଣ୍ଡା ଲାଭଦାୟକ । ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରୁ ବିଭିନ୍ନ ରୋଗ ଦୂର ହୋଇଥାଏ । କଞ୍ଚା ଅମୃତଭଣ୍ଡାରେ ଭିଟାମିନ ‘ଏ’, ‘ସି’, ‘ଇ’, ‘ବି’, ମାଗ୍ନେଶିୟମ, ପୋଟାଶିୟମ ଆଦି ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ବିଭିନ୍ନ ରୋଗ ଦୂର କରିବାରେ ସାହାଯ୍ୟ କରେ।

୧. ମହିଳାମାନେ ପ୍ରତିଦିନ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ମାସିକ ଋତୁସ୍ରାବ ସମୟରେ କଷ୍ଟ କମ୍‍ ହୋଇଥାଏ ।

୨. କଞ୍ଚା ଅମୃତଭଣ୍ଡା ଜୁସ୍‍ ପିଇଲେ ଶରୀରରେ ଇନ୍‍ସୁଲିନର ମାତ୍ରା ନିୟନ୍ତ୍ରଣ ରହିଥାଏ।

୩. କଞ୍ଚା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ମହଜୁଦ ଥାଏ। ଯାହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପାଚନ ପ୍ରକ୍ରିୟାକୁ ସଠିକ୍‍ କରିଥାଏ।

୪. କଞ୍ଚା ଅମୃତଭଣ୍ଡା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଯାହା ଥଣ୍ଡା ଓ ସର୍ଦ୍ଦି ଆଦି ରୋଗ ଦୂର ହୋଇଥାଏ।

୫. ସ୍ତନ୍ୟପାନ କରୁଥିବା ମହିଳାଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଅତ୍ୟନ୍ତ ଜରୁରୀ ।

Comments are closed.