ଶରୀରକୁ ନିରୋଗ ରଖିବା ସହ ମାନସିକ ଶାନ୍ତି ଦେଇଥାଏ ପ୍ରାତଃ ଭ୍ରମଣ

ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ପ୍ରାତଃ ଭ୍ରମଣ ସବୁଠାରୁ ଲାଭଦାୟକ ଉପାୟ। ଏହାଦ୍ବାରା ଆମକୁ କେତେ ଲାଭ ମିଳେ ତାହା ଜାଣିବା ପରେ ପରେ ତୁରନ୍ତ ହିଁ ଏହି ଅଭ୍ୟାସ ଆରମ୍ଭ କରିଦେବେ। ତେବେ ଆସନ୍ତୁ ଜାଣିବା ପ୍ରାତଃ ଭ୍ରମଣର ଉପକାରୀତା ବିଷୟରେ –

ଦୈନିକ ପ୍ରାତଃ ଭ୍ରମଣ କରିବା ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଏହାଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ।
ପ୍ରାତଃ ଭ୍ରମଣ ଦ୍ୱାରା ଚିନ୍ତା ଦୂରେଇ ଯାଏ ଏବଂ ମନ ସ୍ଥିର ତଥା ଶାନ୍ତ ରହିଥାଏ।
ପ୍ରତିଦିନ ଅତିକମ୍ରେ ୩ କିଲୋମିଟର ପ୍ରାତଃ ଭ୍ରମଣ କଲେ ଶରୀର ନିରୋଗ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
ପ୍ରାତଃ ଭ୍ରମଣ ସମୟରେ ଆରାମଦାୟକ ଜୋତା ପିନ୍ଧି ଚାଲିଲେ ପାଦକୁ କଷ୍ଟ ଅନୁଭବ ହୋଇ ନ ଥାଏ।
ପ୍ରାତଃ ଭ୍ରମଣ ପାଇଁ ଶାନ୍ତ ବାତାବରଣ ଓ ପ୍ରାକୃତିକ ଦୃଶ୍ୟରାଜିରେ ଭରପୂର ସ୍ଥାନ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ଏହି ସମୟରେ ଜୋର ଶ୍ୱାସ ନେଇ ଧୀରେ ଧୀରେ ଛାଡ଼ିଲେ ଅନେକ ଉପକାର ମିଳେ।
ପ୍ରାତଃ ଭ୍ରମଣ ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ପରେ ଚାଲିବା ଆବଶ୍ୟକ।
ଏହି ସମୟରେ ହାତକୁ ତଳକୁ ରଖି ବାରମ୍ବାର ହଲାଇଲେ ଶରୀରରେ ରକ୍ତସଞ୍ଚାଳନ ସ୍ବାଭାବିକ ହୋଇଥାଏ।

Comments are closed.