ମହିଳାଙ୍କ ପାଇଁ ବରଦାନ କସ୍ତୁରୀମେଥି

ସାଧାରଣତଃ କସ୍ତୁରୀମେଥିକୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ୱାଦ ଏବଂ ବାସ୍ନା ବଢାଇଥାଏ। ହେଲେ ସ୍ବାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ। ବିଶେଷ କରି ମହିଳାମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ମହିଳାଙ୍କ ପାଇଁ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କର କେଉଁ ସବୁ ସମସ୍ୟା ଦୂର କରିବାରେ କସ୍ତୁରୀମେଥି ସାହାଯ୍ୟ କରିଥାଏ-

୧- କସ୍ତୁରୀମେଥି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିଥାଏ। ଏହା ମଧୁମେହ ଦୂର କରିବାରେ ସାହାଯ୍ୟ କରିଥାଏ। ମହିଳାମାଦେ ପ୍ରତିଦିନ ନିଜ ଖାଦ୍ୟରେ କସ୍ତୁରୀମେଥିର ସାମିଲ କରିବା ଆବଶ୍ୟକ।
୨- ନବଜାତ ଶିଶୁଙ୍କ ମାଆମାନଙ୍କ ପାଇଁ କସ୍ତୁରୀମେଥି ଖୁବ୍ ଲାଭଦାୟକ ହୋଇଥାଏ। ଏହା ମହିଳାଙ୍କ ଶରୀରରେ କ୍ଷୀର ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଯାହାଦ୍ୱାରା ପିଲାକୁ ଉତ୍ତମ ପୋଷଣ ମିଳିଥାଏ।
୩- ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ହେଉଥିବା ହର୍ମୋନର ପରିବର୍ତ୍ତନରେ ମଧ୍ୟ କସ୍ତୁରୀମେଥି ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏବଂ ସେହି ସମୟରେ ଶରୀରରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ।
୪- ଯଦି ଆପଣ କୋଲେଷ୍ଟ୍ରଲ କମ୍ କରିବାକୁ ଚାଁହୁଛନ୍ତି ତାହେଲେ ପ୍ରତିଦିନ କସ୍ତୁରୀମେଥିକୁ ନିଜ ଭୋଜନରେ ସାମିଲ କରନ୍ତୁ। ଏହାକୁ ଆପଣ ସାରାରାତି ପାଣିରେ ଭିଜାଇ ରଖିପାରିବେ ନଚେତ୍ ସକାଳୁ ପାଣି ସହିତ ଏହାକୁ ଖାଲିପେଟରେ ସେବନ କରିପାରିବେ।
୫- କସ୍ତୁରୀମେଥି ପେଟ ଏବଂ ଯକୃତ ସମସ୍ୟାକୁ ଦୂର କରିଥାଏ। ଏହାକୁ ସେବନ କରିବା ଦ୍ୱାରା ଗ୍ୟାସ, ଡାଇରିଆ, ବଦହଜମୀ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.