ସକାଳୁ ଉଠି​‌ ଲେମ୍ବୁ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର

0

ଅଧିକ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ। କିନ୍ତୁ ସକାଳ ସମୟରେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା ଶରୀରରେ ଅନେକ ଲାଭ ହୋଇଥାଏ। ଏହାଦ୍ବାରା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବଢିବା ସହ ଦାଗ ମଧ୍ୟ ଲିଭି ଯାଇଥାଏ। ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା ମୁହଁରେ ଚମକ ଆସିଥାଏ।

ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଯାହାଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ। ଲେମ୍ବୁରେ ମିନେରାଲସ ଓ ଭିଟାମିନ ରହିଛି। ଏହା ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।ଲେମ୍ବୁରେ ଭିଟାମିନ ପ୍ରଚୁର ମାତ୍ରାରେ ଥିବାରୁ ତାହା ଥଣ୍ଡାଜ୍ବର ସହ ଲଢିବାରେ ସାହାଯ୍ୟ କରିଥାଏ। ଏଥିରେ ପୋଟାସିୟମ୍ ଥିବାରୁ ମସ୍ତିଷ୍କ ଓ ଶିରା ପ୍ରଶିରାକୁ ସୁସ୍ଥ ରଖିଥାଏ। ଏହାସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।

ଲେମ୍ବୁ ପାଣି ଶରୀରରୁ ଦୂଷିତ ପଦାର୍ଥ ବାହାର କରି ମୁହଁକୁ ସଫା କରିଥାଏ। ଏହାସହ ଲେମ୍ବୁରେ ଥିବା ଭିଟାମିନ-ସି ମୁହଁକୁ କୋମଳ ଓ ସୁସ୍ଥ କରିଥାଏ।

ବିଶେଷଜ୍ଞଙ୍କ ମତରେ, ସକାଳୁ ଲେମ୍ବୁ ପାଣି ପିଇବା ଦ୍ବାରା ଓଜନ କମ୍ ହୋଇଥାଏ।

Leave A Reply