ସୁପର ଫ୍ରୁଟ୍ ‘ପିତାୟା’

ମେକ୍ସିକୋ ଏବଂ କେନ୍ଦ୍ର ଏସିଆରେ ବହୁଳ ଭାବେ ଉତ୍ପାଦନ ହେଉଥିବା ଫଳ ପତାୟାକୁ ସୁପର ଫ୍ରୁଟର ଆଖ୍ୟା ଦିଆଯାଇଛି। ଏହାକୁ ଡ୍ରାଗନ ଫ୍ରୁଟ୍ ମଧ୍ୟ କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଫାଇବର୍ସ ଏବଂ ଭିଟାମିନ-ସି ଭରପୁର ମାତ୍ରାରେ ରହିଥାଏ। ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।

ସୁପର ଫ୍ରୁଟର ଲାଭଦାୟକ ଗୁଣ

-ମଧୁମେହ ରୋଗୀଙ୍କ ପାଇଁ ଏହା ଫଳପ୍ରଦ।
-ହୃଦଘାତ ଜନିତ ରୋଗୀଙ୍କ ପାଇଁ ସଞ୍ଜୀବନୀ ସଦୃଶ।
-ମହିଳାଙ୍କ ପାଇଁ ମଧ୍ୟ ଅତି ଉତ୍ତମ। ସ୍ତନ କର୍କଟରୁ ରକ୍ଷା କରେ।
– କଲେଷ୍ଟେରୋଲ ନିୟନ୍ତ୍ରିତ ରହିଥାଏ।
-ପେଟ ସମସ୍ୟା ଦୂର କରେ।
-ଓଜନ ହ୍ରାସ କରେ।
-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ।
-ଡେଙ୍ଗୁ ଭଳି ରୋଗରୁ ରକ୍ଷା କରେ।
-ତ୍ବଚା ପାଇଁ ମଧ୍ୟ ଲାଭଦାୟକ। ଟାଣ ଖରାରୁ ତ୍ବଚାକୁ ରକ୍ଷା କରେ।

Comments are closed.