ଖରା ଦି​‌ନେ ଫ୍ରିଜ୍ ପାଣି ନୁହେଁ ମାଠିଆ ପାଣି ଦେଇଥାଏ ଶାନ୍ତି

ଖରା ଦିନେ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଫ୍ରିଜ ପାଣି ପିଇ ଥାଆନ୍ତି। କିନ୍ତୁ ଫ୍ରିଜ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ। ସେଥିପାଇଁ ମାଠିଆର ପାଣି ପିଇବାକୁ ଅନେକ ପସନ୍ଦ କରନ୍ତି। ମାଠିଆରେ ପାଣି ପ୍ରାକୃତିକ ରୂପେ ଥଣ୍ଡା ହୋଇଥାଏ। ଏହା ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନ ଥାଏ। ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ କି ଲାଭ ହୋଇଥାଏ  ..

ମାଠିଆରେ କୀଟାଣୁ ନାଶକ ଗୁଣ ରହିଛି। ଏହା ପାଣିରୁ ଦୂଷିତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ତେଣୁ ଏହା ଫ୍ରିଜରେ ରଖା ଯାଇଥିବା ପାଣି ଠାରୁ ଉତ୍ତମ ହୋଇଥାଏ।

ମାଟି ମାଠିଆର ତାପମାତ୍ରା ଅନ୍ୟ ପାତ୍ର ଠାରୁ ଅଳ୍ପ କମ ଅଟେ। ମାଠିଆରେ ଥିବା ପାଣି ଥଣ୍ଡା ହୋଇଥିବାରୁ ଏହା ପାଚନ କ୍ରିୟାକୁ ସଠିକ ରୂପେ ପରିଚାଳିତ କରିଥାଏ।

ମାଠିଆର ପାଣି ହୃଦଘାତ ଥିବା ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଫ୍ରିଜର ଥଣ୍ଡା ପାଣି ଦ୍ବାରା ତଣ୍ଟି ଦରଜ ହେବାର ସମସ୍ୟା ଥାଏ। କିନ୍ତୁ ମାଠିଆ ପାଣି ପିଇବା ଦ୍ବାରା ଏହି ତଣ୍ଟି ଦରଜ ହେବାର ସମସ୍ୟା ନ ଥାଏ। ଏହାସହ ମାଠିଆ ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ, ଏସିଡିଟି ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.