ଶରୀର ପାଇଁ ଖୁବ୍ ଉପକାରୀ ସିଝା କଦଳୀ

ସାଧାରଣତଃ କଦଳୀ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପକାରୀ ଫଳ। ଏହାକୁ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ସିଝା କଳଦୀ ଓ ସିଝା କଦଳୀ ପାଣି ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାସହିତ ଶରୀରକୁ ଶକ୍ତିଶାଳୀ ମଧ୍ୟ କରିଥାଏ।

-କଞ୍ଚା କଦଳୀରେ ଥିବା କ୍ୟାଲସିୟମ ହାଡ଼ ମଜଭୂତ କରିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ। ଏହାକୁ ସିଝାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ।
-ରାତିରେ ସିଝା କଦଳୀ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
-ଦିନେ କିମ୍ବା ଦୁଇଦିନ ଏହାକୁ ଖାଇଲେ କୌଣସି ଲାଭ ମିଳି ନ ଥାଏ। ତେଣୁ ନିୟମିତ ଭାବେ ଏହାର ସେବନ କରିବା ଉଚିତ।
-ରାତିରେ ନିଦ ହେଉ ନ ଥିଲେ, ନିୟମିତ ଭାବେ ରାତିରେ ସିଝା କଦଳୀର ପାଣି ପିଇଲେ ସୁଫଳ ମିଳିଥାଏ।
-ଚୋପାଲଗା କଦଳୀକୁ ସିଝାଇ ଏହାର ପାଣି ପିଇଲେ ଶରୀରର ଆହୁରି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.