ଖରାଦିନେ ନିଶ୍ଚୟ କେଶରେ ଲଗାନ୍ତୁ ମେହେନ୍ଦୀ ; ମିଳିବ ଅନେକ ଲାଭ

ଖରାଦିନେ ଅତ୍ୟଧିକ ଗରମ ଅନୁଭବ ହୋଇଥାଏ। ଏହି ଗରମ ଦାଉରୁ ରକ୍ଷା ପାଇବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ଗରମର ପ୍ରଭାବରୁ ମୁକ୍ତି ପାଇବାକୁ ମେହେନ୍ଦୀ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ…….
୧- କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ଖରାର ପ୍ରଭାବରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ରୂପି, କେଶରେ ମୂଳ କୁଣ୍ଡାଇ ହେବା ସମସ୍ୟା, କେଶ ଝଡ଼ିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ଯୋଗାଇଥାଏ। କେଶର ଚମକ ବୃଦ୍ଧି କରିଥାଏ।
୨- ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ………..
– ରାତିରେ ଦହି ଓ ମେହେନ୍ଦୀକୁ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଲଗାଇ କେଶରେ ଲଗାଇ ୪୦ ମିନିଟରୁ ଅଧିକ ସମୟ ରଖି ଧୋଇ ଦିଅନ୍ତୁ।
– ଦହି ବ୍ୟତୀତ ମେହେନ୍ଦୀରେ ଚା’ପତି ପାଣି, ଲେମ୍ବୁ ରସ, ଅଁଳା ଗୁଣ୍ଡ, ମଧ୍ୟ ପକାଇ ପାରିବେ।