ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ୨ ପତ୍ର

ବିଭିନ୍ନ ପତ୍ରର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ? ପତ୍ରର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗୁଣ ରହିଛି। ଜାଣନ୍ତୁ ଏହି ୨ ପତ୍ରର ଉପକାରୀ ଗୁଣ।
ପାଚନରେ ସହାୟକ –
ଧନିଆ ଗୁଣ୍ଡ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଥଣ୍ଡାରୁ ଦୂରରେ ରଖେ –
ନିୟମିତ ଅଳ୍ପ ଧନିଆ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଳେ ବେଳେ ହଠାତ ନାକରୁ ରକ୍ତ ବାହାରିଥାଏ। ଧନିଆର ରସ ପକାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଧନିଆର ଔଷଧୀୟ ଗୁଣ –
କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ। ଛାଣିବା ପରେ ଏଥିରେ ମିଶ୍ରି ସାମାନ୍ୟ ହଳଦୀ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏହାକୁ ପିଅନ୍ତୁ। ଏପରି କରିବା ଫଳରେ ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଚା’ପ୍ରସ୍ତୁତ କରିବା ସମୟରେ ମଧ୍ୟ ଧନିଆକୁ ପକାଇ ଏହାକୁ ପିଇ ପାରିପାରିବେ।
ମୁଣ୍ଡ ବିନ୍ଧାରୁ ମୁକ୍ତି –
ଧନିଆର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ପେଟରୁ କୃମି ଦୂର କରେ –
ଧନିଆ ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ।
ବିଟ୍ ପତ୍ର
୧- ବିଟ୍ ରେ ଭିଟାମିନ ଏ ଅଧିକ ଥିବାରୁ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
୨- ଏଥିରେ ଥିବା କ୍ୟାଲସିୟମ ହାଡ଼କୁ ମଜଭୂତ କରିଥାଏ।
୩- ବିଟ୍ ପତ୍ରର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ର ଅଭାବ ହୋଇନଥାଏ।
୪-ଗର୍ଭବତୀ ମହିଳାମାନେ ଏହାର ସେବନ କରିବା ମଧ୍ୟ ଲାଭଦାୟକ।
୫- ଏହା ଭିଟାମିନ କେର ଅଭାବ ମଧ୍ୟ ପୂରଣ କରିଥାଏ।
୬-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
୭- ଏହାକୁ ସେବନ କରିବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

Comments are closed.