ଲବଙ୍ଗର ବ୍ୟବହାର ଦୂର କରେ ଏହି ସ୍ୱାସ୍ଥ୍ୟ ସମସ୍ୟା

ସାଧାରଣତଃ ଲବଙ୍ଗକୁ ମସଲା ଭାବେ ପ୍ରତ୍ୟେକଙ୍କ ଘରେ ବ୍ୟବହାର କରାଯାଏ। ପଲୋଉ ଓ ବିରିୟାନିରେ ଲବଙ୍ଗ ପ୍ରୟୋଗ କରାନଗଲେ ଏହା ସୁସ୍ୱାଦୁ ହୋଇନଥାଏ। ମାତ୍ର ବିଶେଷଜ୍ଞଙ୍କ ମତରେ ଲବଙ୍ଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ …..
– ଖାଦ୍ୟ ଖାଇବା ପରେ ହେଉ ଅଥବା ବାରମ୍ବାର ବାନ୍ତି ଲାଗୁଥିଲେ ଅଳ୍ପ ଲବଙ୍ଗ ଗୁଣ୍ଡରେ ମହୁ ମିଶାଇ ପିଅନ୍ତୁ। ଏହି ସମସ୍ୟା ଦୂର ହେବ।
– ଲବଙ୍ଗର କାଢା ପ୍ରସ୍ତୁତ କରି ପିଇଲେ ଥଣ୍ଡାରୁ ଉପଶମ ମିଳିଥାଏ।
– ଲବଙ୍ଗ ଓ ରସୁଣର ପେଷ୍ଟ ପ୍ରସ୍ତୁତ କରି ଏହାକୁ ପାଣି ଓ ମହୁ ସହ ମିଶାଇ ଖାଇବା ଦ୍ୱାରା ଥଣ୍ଡା, କାଶ ଓ କଫ ସମସ୍ୟାରୁ ମୁକ୍ତି ମିଳିଥାଏ।
– ୧ କପ ପାଣିରେ ୫ଟି ଲବଙ୍ଗକୁ ଗୁଣ୍ଡ କରି ଫୁଟାଇ ସାମାନ୍ୟ ଚିନି ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇବା ଦ୍ୱାରା ମୁଣ୍ଡ ବିନ୍ଧ୍ୟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Comments are closed.