ସେଓ ଦୂର କରେ ମୁଣ୍ଡବିନ୍ଧା

ସ୍ୱାସ୍ଥ୍ୟ ପାଇଁ ଫଳର ବେଶ ଉପକାରୀ ଗୁଣ ରହିଛି। ଏପରି ମଧ୍ୟ କୁହାଯାଏ ନିୟମିତ ସେଓ ଖାଉଥିବା ବ୍ୟକ୍ତିଙ୍କୁ ଡ଼ାକ୍ତରଙ୍କ ନିକଟକୁ ଖୁବ କମ ଯିବାକୁ ପଡେ। ବିଭିନ୍ନ ପ୍ରକାର ଫଳ ଖାଇବା ଦ୍ୱାରା ଶରୀର ନିରୋଗ ରହିଥାଏ। ଫଳରେ କ୍ୟାଲସିୟମ, ଫାଇବର ସମେତ ଅନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଏହାସହ ଫଳ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଶରୀର ସୁସ୍ଥ ରହିଥାଏ। ଜାଣନ୍ତୁ ଫଳର ଉପକାରୀ ଗୁଣ ବିଷୟରେ …..
ନିୟମିତ ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ପେଟରେ କୃମି ହୋଇଯାଇଥିଲେ ନିୟମିତ ଗୋଟିଏ ସେଓ ଖାଆନ୍ତୁ କିମ୍ବା ଏକ ଗ୍ଲାସ ସେଓ ରସ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହେବା ସହ ପେଟ ସଫା ରହିଥାଏ।
ଯେଉଁମାନଙ୍କର ମୁଣ୍ଡ ବିନ୍ଧା, ଚିଡଚିଡା ପଣ ରହିଛି, ସେମାନେ ନିୟମିତ ସେଓ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଯେଉଁମାନଙ୍କ ହୃଦୟ ଦୁର୍ବଳ କିମ୍ବା ହୃଦୟ ସ୍ପଦନ ସାମାନ୍ୟ କମ ହୋଇଥାଏ, ସେମାନେ ନିୟମିତ ସେଓ ଖାଇବା ଉଚିତ।
ସେଓ ଖାଇବା ଦ୍ୱାରା ମୋଟପଣ ଦୂର ହୋଇଥାଏ। ଅନ୍ୟ ରୋଗ ମଧ୍ୟ ହୋଇନଥାଏ।
ଯେଉଁମାନଙ୍କ ଅନିଦ୍ରା ସମସ୍ୟା ରହୁଛି କିମ୍ବା ରାତିରେ ବାରମ୍ବାର ନିଦ ଭାଙ୍ଗୁଛି ସୋମନଙ୍କ ପାଇଁ ସେଓ ଖୁବ ଉପକାରୀ। ଶୋଇବା ପୂର୍ବରୁ ସେଓ ନିଶ୍ଚୟ ଖାଆନ୍ତୁ।
ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହୁଛି, ସେମାନେ ନିୟମିତ ସକାଳେ ଖାଲିପେଟରେ ଗୋଟିଏ ସେଓ ଖାଆନ୍ତୁ।
ସେଓ ଖାଇବା ଦ୍ୱାରା ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ।

 

Comments are closed.