ପସନ୍ଦର ଟିକା ନେଇପାରିବେ ୧୮-୪୪ ବର୍ଷର ହିତାଧିକାରୀ

ନୂଆଦିଲ୍ଲୀ: କରୋନା ଟିକା ଲାଗି ପଞ୍ଜିକୃତ ୧୮ରୁ ୪୪ବର୍ଷର ହିତାଧିକାରୀ ନିଜ ପସନ୍ଦ ଅନୁଯାୟୀ ଯେ କୌଣସି କମ୍ପାନୀର ଟିକା ନେଇପାରିବେ। ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଉପଲବ୍ଧ ଥିବାବେଳେ ଏହା ମଧ୍ୟରୁ ହିତାଧିକାରୀ ନିଜ ପସନ୍ଦର ଟିକା ନେଇପାରିବେ ବୋଲି କୋ-ୱିନ ୱେବସାଇଟ୍‌ର ମୁଖ୍ୟ ତଥା କରୋନା ଟିକାକରଣ ନିମନ୍ତେ ସରକାରଙ୍କ କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଆରଏସ୍ ଶର୍ମା କହିଛନ୍ତି। ତେବେ ଏହି ସୁବିଧା କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଘରୋଇ ଡାକ୍ତରଖାନାରେ ଟିକା ନେବାକୁ ହେଲେ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡିବ। ମାତ୍ର ସରକାରୀ ଡାକ୍ତରଖାନାରେ ମାଗଣାରେ ଟିକା ନେବାକୁ ହେଲେ ହିତାଧିକାରୀ ନିଜ ପସନ୍ଦର ଟିକା ନେଇପାରିବେ ନାହିଁ। ଡାକ୍ତରଖାନାରେ ଉପଲବ୍ଧ ଟିକା ହିଁ ତାଙ୍କୁ ନେବାକୁ ପଡିବ।

Comments are closed.