ବେନାମୀ କାରବାର ମାମଲା : ସେସନ୍‍ସ ଅଦାଲତ ସ୍ୱତନ୍ତ୍ର ଅଦାଲତ ଭାବେ କାମ କରିବେ

0

ନୂଆଦିଲ୍ଲୀ : ବେନାମୀ ଦେଣନେଣ ଆଇନ ଅଧୀନରେ ବିଚାର ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୩୪ଟି ସେସନ୍‍ସ ଅଦାଲତ ସ୍ୱତନ୍ତ୍ର ଅଦାଲତ ଭାବେ କାମ କରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସମ୍ପତ୍ତିର ମାଲିକାନା ସତ୍ତ୍ୱ ଜାଣି ନ ଥିବା ମାଲିକଙ୍କ ନାମରେ ଅଥବା ସେ ସମ୍ପତ୍ତି କାହାର ବୋଲି ଯେଭଳି ଜାଣି ହେଉ ନ ଥିବ, ସେଭଳି କ୍ଷେତ୍ରରେ ଦେଣନେଣକୁ ବେନାମୀ ବୋଲି କୁହାଯାଇଥାଏ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ୧୯୮୮ ମସିହାରେ ବେନାମୀ ସମ୍ପତ୍ତି ଦେଣନେଣ ନିବାରଣ ଆଇନ ଅଧୀନରେ ସ୍ୱତନ୍ତ୍ର କୋର୍ଟଗୁଡ଼ିକର ନାମ ରାଜ୍ୟ ହାଇକୋର୍ଟଗୁଡ଼ିକର ମୁଖ୍ୟ ବିଚାରପତିମାନଙ୍କ ସହ ପରାମର୍ଶରେ ପରେ ଜାରି କରାଯିବ। ଦିଲ୍ଲୀର ୪ଟିଯାକ ଜିଲ୍ଲାର ଅତିରିକ୍ତ ସେସନ୍‍ସ ଅଦାଲତଗୁଡ଼ିକ ଏଥିପାଇଁ ସ୍ୱତନ୍ତ୍ର ଅଦାଲତ ଭାବେ କାମ କରିବେ।

Leave A Reply