କରାଟେ ଆସୋସିଏସନ ପକ୍ଷରୁ ବେଲ୍‍ଟ ଗ୍ରେଡିଂ ପରୀକ୍ଷା

ବୌଦ୍ଧ : ବୌଦ୍ଧର ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ବେଲ୍‍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ବେଲ୍‍ଟ ଗ୍ରେଡିଂ ପରୀକ୍ଷାରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ କତିତ୍ୱର ସହ ବିଭିନ୍ନ ଗ୍ରେଡର ବେଲ୍‍ଟ ହାସଲ କରିଥିଲେ। ଏହି ଗ୍ରେଡିଂ ପରୀକ୍ଷାକୁ ଆର୍ଟ ଟେମ୍ପୁଲର ପ୍ରଶିକ୍ଷକ ସୁଧୀର କୁମାର ବାରିକ୍‍ (ଥାର୍ଡ ଡନ ବ୍ଲାକବେଲ୍‍ଟ) ଆୟୋଜନ ଓ ପରିଚାଳନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା କରାଟେ ଆସୋସିଏସନର ପ୍ରଶିକ୍ଷକ ସରୋଜ ପୁଜାହାରୀ(ସେକେଣ୍ଡ ଡନ ବ୍ଲାକବେଲ୍‍ଟ) କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସଠିକ୍‍ ପରୀକ୍ଷଣ ପରେ ଉପଯୁକ୍ତ ଚୟନ କରାଯାଇ ଗ୍ରଡିଂ ଅନୁଯାୟୀ ବେଲ୍‍ଟ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଉପଦେଷ୍ଟା ମୃତ୍ୟୁଂଜୟ ମିଶ୍ର, ସ୍ୱରୂପ କୁମାର ପଟ୍ଟନାୟକ, ଜ୍ଞାନ ରଂଜନ ମହାନ୍ତି ଉପସ୍ଥିତ ରହି ବିଭିନ୍ନ ବିଭାଗରେ କୃତୀ ଛାତ୍ରଛାତ୍ରୀଙ୍କୁ ବେଲ୍‍ଟ ପ୍ରଦାନ କରି ଉତ୍ସାହିତ କରିଥିଲେ।

Comments are closed.