ବେଲଗାଁରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବେଲଗାଁ : ଗଲୱାନରେ ସହିଦ ଭାରତୀୟ ଯବାନଙ୍କୁ ପ୍ରତି ବେଲଗାଁ ବ୍ୟବସାୟୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏବସରରେ ସ୍ଥାନୀୟ ଦୂର୍ଗାପୂଜା ମଣ୍ଡପ ଛକରୁ ସଂଘ କର୍ମକର୍ତ୍ତା କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଭାରତ ମାତାକୁ ଜୟ, ସହିଦ ଅମର ରହେ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଚାରି ଛକ ଠାରେ ସମ୍ମିଳୀତ ହୋଇଥିଲେ। ସେଠାରେ ସହିଦଙ୍କ ବ୍ୟାନର ସମ୍ମୁଖରେ ନିରବ ପ୍ରାର୍ଥନା କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.