ବେଲଗାଁରେ ଦୁଇ ଘଣ୍ଟା ମଧ୍ୟରେ ୮୬ ଏମଏମ ବର୍ଷା ରେକର୍ଡ

ବେଲଗାଁ : ବଲାଙ୍ଗୀର ଜିଲା ବେଲଗାଁ ଠାରେ ଆଜି ପୂର୍ବାହ୍ନ ୧୦ଟାରୁ ବାଦଲ ଫାଟିବା ପରି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୁଇ ଘଣ୍ଟା ମଧ୍ୟରେ ୮୬ ଏମଏମ ବର୍ଷା ରେକର୍ଡ ହୋଇଛି। ଯାହା ଚଳିତ ବର୍ଷର ରେକର୍ଡ ବୋଲି କୁହାଯାଇପାରେ। ଏନେଇ ହିରାକୁଦ ଡ୍ୟାମ ସ୍ଥାନୀୟ ଶାଖା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ୯ଟାରୁ ଶନିବାର ସକାଳ ୯ଟା ପର୍ଯ୍ୟନ୍ତ ୩ ଏମଏମ ବର୍ଷା ରେକର୍ଡ ହୋଇଥିଲା। ତେବେ ଦିନ ୧୦ଟାରୁ ମୂଷଳଧାରା ବର୍ଷା ପ୍ରାୟ ୧୨ଟା ପର୍ଯ୍ୟନ୍ତ ଲାଗି ରହିଥିବା ବେଳେ ମୋଟ ୮୬ ଏମଏମ ବର୍ଷା ରେକର୍ଡ ହୋଇଥିବା କାର୍ଯ୍ୟାଳୟ କର୍ମଚାରୀ କପଲେଶ୍ୱର ରଣା ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଫଳରେ ବେଲଗାଁ ଦେଇ ଯାଇଥିବା ୫୯ ଏବଂ ୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଥିଲା। ଏହା ସହ ଚାଷ ଜମି ମଧ୍ୟ ସମାନ ସ୍ଥିତି ଦେଖାଯାଇଥିଲା।

Comments are closed.