ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବେଲପଡା : ବେଲପଡା ଥାନା ସରମୁହାଣ ଗ୍ରାମ ଅନ୍ତର୍ଗତ ଭାଲୁଖାଇ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଟଙ୍କଧର ସାହୁ ।

ସୂଚନା ଅନୁଯାୟୀ,  ନିଜ କପାକିଆରିରେ ଟଙ୍କଧର କପା ତୋଲୁଥିବା ସମୟରେ ଏକ ଭାଲୁ ବାହାରି ଆକ୍ରମଣ କରିଥିଲା। ଟଙ୍କଧର ଚିତ୍କାର କରିବାରୁ ପୁଅ ବୃନ୍ଦାବନ ବାପାର ଚିତ୍କାର ସୁଣି ଧାଇଁ ଆସିଥିଲେ ପରେ ପାଖରେ ଥିବା ସ୍ଥାନୀୟଲୋକେ ଆସି ଉଦ୍ଧାର କରିଥିଲେ। ଭାଲୁଆକ୍ରମଣରେ ଟଙ୍କଧରଙ୍କ ଜଙ୍ଘ  ଓ ଆଣ୍ଠୁରେ ଗଭିର କ୍ଷତ ହୋଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରଯାଇ ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଟଙ୍କଧର ବିପଦ ମୁକ୍ତ ଥିବା ଡାକ୍ତର ରବିନ୍ଦ୍ର ମହେର କହିଛନ୍ତି ।

Comments are closed.