ମନ୍ମଥ ନାୟକ ହେଲେ ବେଲପଡା ତହସିଲଦାର

ବେଲପଡା : ବଲାଙ୍ଗିର ଜିଲା ବେଲପଡା ତହସିଲଦାର ଭାବେ ମନ୍ମଥ କୁମାର ନାୟକ ଯୋଗ ଦେଇଛନ୍ତି। ଶ୍ରୀ ନାୟକ ବିଦାୟୀ ତହସିଲଦାର ପ୍ରିୟରଂଜନ କୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ବେଲପଡା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଯୁଗଳ କିଶୋର ରାଉତ, ରବିକାନ୍ତ ଲୁହା, ପ୍ରସନ୍ନ ମେହେର, ସୁବ୍ରତ ଚିନ୍ଦା, ଧୃବ କୁମ୍ଭାର, ଜିତେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ସ୍ୱାଗତ କରିଥିଲେ। ନୂତନ ତହସିଲଦାର ଶ୍ରୀଯୁକ୍ତ ନାୟକ ଏହା ପୂର୍ବରୁ ନୂଆପଡା ଜିଲାର ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ। କୃଷକମାନଙ୍କ ସମସ୍ୟା ସହିତ ରାଜସ୍ୱ ଆୟର ଅଭିବୃଦ୍ଧି ପ୍ରତି ଗୁରୁତ୍ୱ ଦେବେ ବୋଲି ନୂଆ ତହସିଲଦାର ଶ୍ରୀ ନାୟକ କହିଛନ୍ତି।

Comments are closed.