ବେଲପଡ଼ା ଡାକ୍ତରଖାନାରେ ସ୍ୱଚ୍ଛତା ଓ କୋଭିଡ୍‍ ସଚେତନତା କାର୍ଯ୍ୟକ୍ରମ

ବେଲପଡା: ବଲାଙ୍ଗିର ଜିଲର ବେଲପଡା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛତା ଓ କୋଭିଡ୍‍ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପଡା ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ଜଗଦିଶ ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ। ପ୍ରଥମେ ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମାସ୍କ ବଣ୍ଟନ କରିଥିଲେ। ପରେ ଡାକ୍ତରଖାନାରେ ପଡି ରହିଥିବା ଅଳିଆ ଆବାର୍ଜନକୁ ସଫାସୁତୁରା କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଆଗକୁ ଆସୁଥିବା ମହାମାରୀ ଓମକ୍ରିନ ମୁକାବିଲା ପାଇଁ ଲୋକଙ୍କୁ ମାସ୍କ, ବିଶୋଧକ ବ୍ୟବହାର କରିବା ସହ ହାତକୁ ସାବୁନରେ ଧୋଇବା ପାଇଁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା ଦିଦି ଓ ଡାକ୍ତରମାନେ ଉପସ୍ଥିତ ରହିଥିଲେ।

Comments are closed.