କରୋନା ଆକ୍ରାନ୍ତ ବୋଲି ଆସିଲେନି ସମ୍ପର୍କୀୟ ଓ ଗ୍ରାମବାସୀ, ସ୍କୁଟିରେ ବାପାଙ୍କ ଶବକୁ ନେଲେ ୨ ପୁଅ

ବେଲପଡା:ବଲାଙ୍ଗିର ଜିଲା ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ଗାଁର ଉଦ୍ଧବ ବେହେରା (୫୫)ଙ୍କ ଗୁରୁବାର ପ୍ରାୟ ଦିନ ଗୋଟାଏ ସମୟରେ କରୋନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଶ୍ରୀ ବେହେରାଙ୍କ କରୋନାରେ ମୃତ୍ୟୁ ହେବା ପରେ ତାଙ୍କର ଜାତି ଭାଇ କିମ୍ବା ସମ୍ପର୍କୀୟ କେହି ବି ଶବ ସତ୍କାର କରବା ପାଇଁ ଆସି ନଥିଲେ। ଶେଷରେ ତାଙ୍କର ୨ ପୁଅ ପିପିଇ କିଟ୍ ପିନ୍ଧି ଏକ ସ୍କୁଟିରେ ଲଦି ନିଜ ବାପାଙ୍କ ଶବକୁ ସଲଣ୍ଡି ଗାଁ ମୁଣ୍ଡରେ ଥିବା ଏକ ନର୍ସରୀରେ ଗାତ ଖୋଲି ପୋତି ଦେଇଥିଲେ।
ସୂଚନା ଅନୁସାରେ ସ୍ୱର୍ଗତ ଉଦ୍ଧବ ବେହେରା ଗତ କିଛି ଦିନ ହେଲା କରୋନା ସଂକ୍ରମିତ ହୋଇଥିଲେ। ସେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ ଏବଂ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ କରୋନା ଆକ୍ରାନ୍ତ ହୋଇ ଉଦ୍ଧବ ବେହେରାଙ୍କ ମୃତ୍ୟୁ ହୋଇଥିବାରୁ ସଂକ୍ରମିତ ହେବା ଆଶଙ୍କାରେ ତାଙ୍କର କେହି ସମ୍ପର୍କୀୟ କିମ୍ବା ଗ୍ରାମବାସୀ ସତ୍କାର କରିବାକୁ ଆସିନ ଥିଲେ। ଗ୍ରାମବାସୀ କିମ୍ବା ସମ୍ପର୍କୀୟ ନ ନ ଆସିବାରୁ ପିତାଙ୍କ ମୃତଦେହକୁ ସତ୍କାର ପାଇଁ ଦୁଇ ପୁଅ ଅଣ୍ଟାଭିଡ଼ିଥିଲେ ଏବଂ ଗୋଟିଏ ସ୍କୁଟି ଯୋଗେ ବୋହି ନେଇ ଏକ ନର୍ସରୀରେ ଗାତ ଖୋଳି ପୋତି ଦେଇଥିଲେ।
ଅପରପକ୍ଷରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ରବିନ୍ଦ୍ର ମେହେରଙ୍କୁ ଉଦ୍ଧବ ବେହେରାଙ୍କର ବେଲପଡା ଡାକ୍ତରଖାନାରେ କରୋନା ପରୀକ୍ଷଣ ହୋଇନଥିଲା ଏବଂ ବାହାରେ କୌଣସି କେନ୍ଦ୍ରରେ ପରୀକ୍ଷା କରିଥାଇ ପାରନ୍ତି କହିଥିଲେ। ତେବେ ମୃତକଙ୍କ ସ୍ତ୍ରୀ ମଧ୍ୟ କରୋାରେ ଆକ୍ରାନ୍ତ ହୋଇ ଗୁରତର ଥିବାରୁ ଆମେ ତାକୁ ଆମ୍ବୁଲାନ୍ସରେ ବଲାଙ୍ଗିର ପଠାଇବାର ବ୍ୟବସ୍ଥା କରିଛୁ ବୋଲି ସେ କହିଥିଲେ।

Comments are closed.