ଚୀନର ପାଲଟା ମାଡ଼ : ସ୍ବାଇନ-ଫ୍ଲୁ ଓ ଏଡସ ବ୍ୟାପିବା ପାଇଁ ଆମେରିକା ଦାୟୀ

ବେଜିଂ: କରୋନାକୁ ନେଇ ଚୀନ୍ ଏବେ ବିଶ୍ବ ସମୁଦାୟ ନିକଟରେ ଏକଘରିକିଆ । ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛନ୍ତି । ଜର୍ମାନ ୧୩୦ ବିିଲିୟନ ଡ଼ଲାର କ୍ଷତିପୂରଣ ଚୀନଠାରୁ ଦାବି କରିଛି । ଫ୍ରାନ୍ସ, ଇଂଲଣ୍ଡ ଚୀନକୁ ପରିଣାମ ଭୋଗିବାକୁ ସତର୍କ ରୁହ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଚୀନ୍ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ପାଇଁ ଆମେରିକା ଦାବି କରିଛି । ହ୍ବାଇଟ୍ ହାଉସ ଚୀନ୍ କରୋନାକୁ ନେଇ ବେପାର କରୁଛି ବୋଲି ଅଭିଯୋଗ କରିଛି । ଏତେକାଳ ଚୁପ ରହିବା ପରେ ମୁହଁ ଖୋଲିଛି ଚୀନ । ଆମେରିକାକୁ ପାଲଟା ଧମକ ଦେବା ସହ ଏଚ୍୧ଏନ୍୧ ଭୂତାଣୁ (ସ୍ବାଇନ୍ ଫ୍ଲୁ) ଏଡ଼ସ ଲାଗି ଆମେରିକା କେତେ କ୍ଷତିପୂରଣ କାହାକୁ ଦେଇଛି ବୋଲି ପ୍ରଶ୍ନ କରିଛି ।

China Daily

@ChinaDaily

#FMsays “The H1N1 flu that broke out in the US in 2009 spread to 214 countries and regions, killing nearly 200,000 people, has anyone demanded the US for compensation?” Foreign Ministry spokesman Geng Shuang asked on Monday. (1/3)

View image on Twitter

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି ଯେ ୨୦୦୯ ରେ ଏଚ୧ଏନ୧ ଫ୍ଲୁ ବିସ୍ତାର ହୋଇଥିଲା। ଏହା ୨୧୪ ଦେଶକୁ ବ୍ୟାପିଥିଲା । ଐଥିରେ ମଧ୍ୟ ବିଭିନ୍ନ ଦେଶ କ୍ଷତିଗ୍ରସ୍ତ ହୋଇଥିଲେ । ପ୍ରାୟ ୨ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଥିଲେ ।  ଆମେରିକାକୁ ଏଥିପାଇଁ କ୍ଷତିପୂରଣ ମଗାଯାଇଛି କି? ସେହିପରି ୧୯୮୦ ଦଶକରେ ଆମେରିକାରେ ଏଡସ୍ ଆବିଷ୍କୃତ ହୋଇଥିଲା ଏବଂ ଏହା ସମଗ୍ର ବିଶ୍ୱକୁ ବ୍ୟାପିଛି।  ତେଣୁ ଏଥିପାଇଁ ଆମେରିକା ଉତ୍ତରଦାୟୀ ହେବା ଉଚିତ ନୁହେଁ କି ବୋଲି ବେଜିଂ ପ୍ରଶ୍ନ କରିଛି ।

 

Comments are closed.