ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ

ବଲାଙ୍ଗିର : ସ୍ଥାନୀୟ ଶାସ୍ତ୍ରୀନଗରରେ ସଂଗ୍ରାମ ମହାରଣା(୫୫), ତାଙ୍କ ବାପା ମୃତ୍ୟୁଞ୍ଜୟ ମହାରଣା(୮୦) ସ୍ତ୍ରୀଙ୍କ ସହ ରହୁଥିଲେ। ବୁଧୁବାର ଦିନ ୧୧ଟାରେ ବାପା ମୃତ୍ୟୁଞ୍ଜୟଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘରର ଅନ୍ୟ ସଦସ୍ୟମାନେ ବାହାରେ ରହୁଥିବାରୁ ପରିବାର ଲୋକେ ନିରୁପାୟ ହୋଇଥିଲେ। ବିଙ୍ଗ ହ୍ୟୁମାନ ପକ୍ଷରୁ ଜାରି କରାଯାଇଥିବା ସହାୟତା ନମ୍ବରରେ ଯୋଗାଯୋଗ କରିବା ପରେ ସନ୍ଧ୍ୟା ୫ଟାରେ କର୍ମକର୍ତ୍ତାମାନେ ତାଙ୍କ ଘରେ ପହଞ୍ଚିଥିଲେ। ପିପିଇ କିଟ୍ ପିନ୍ଧିବା ସହ ସ୍ଥାନୀୟ ଆର୍ଟିଓ ଅଫିସ୍ ନିକଟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବିଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ର, ତାପସ ରଞ୍ଜନ ମହାନ୍ତି, ରୋଶନ ସୁନା, ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ବ୍ରଜଗୋପାଳ ସିଂ, ମଣ୍ଟୁ କୁମ୍ଭାର, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସତ୍କାରରେ ସହଯୋଗ କରିଥିଲେ।

Comments are closed.