ବେଗୁନିଆର ଅlଉ ଦୁଇଟି ଜାଗାକୁ ଅଣୁ ଆବଦ୍ଧlଞ୍ଚଳ ଘୋଷିତ

ବେଗୁନିଆ: ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଯୋଗୁଁ ଖୋରଧା ଜିଲ୍ଲାରେ କରୋନା ମହାମାରୀ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ବେଗୁନିଆ ବ୍ଲକ ସେଥିରୁ ବାଦ ପଡିନି l ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ପ୍ରସ୍ତାବ କ୍ରମେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ପ୍ରଥମେ ବେଗୁନିଆ ବ୍ଲକର ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ବରସlହିକୁ ଆବଦ୍ଧlଞ୍ଚଳ ଘୋଷଣା କରିଥିବା ବେଳେ ଗତକାଲି ବେଗୁନିଆ ପଂଚାୟତର ବେଗୁନିଆ ଗ୍ରାମର ତାରିଣୀ ମନ୍ଦିର ଠାରୁ ବରମୂଳେଇ ମନ୍ଦିର ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରିଥିଲେ l ଆଜି ବେଗୁନିଆ ଗ୍ରାମର ବଲରlମପୁର(ବଡ଼ସାହି)ଜଗନ୍ନାଥ ମନ୍ଦିର ରାସ୍ତାରୁ ଜଗନ୍ନାଥ ଶନିମନ୍ଦିର ପର୍ଯ୍ୟନ୍ତ ଏବଂ ବେଗୁନିଆ ର ଅନ୍ୟ ଏକ ସ୍ଥାନ ବେଗୁନିଆ ଏବଂ ଜlଗ୍ରୀବlଡ଼(ବଳିଆରସିଂହ ହୋଟେଲ ଠାରୁ ରେଲବେ ରାସ୍ତାରେ ଥିବା ଶରତ ପ୍ରଧାନଙ୍କ ଘର ପର୍ଯ୍ୟନ୍ତ)୨୯ତାରିଖ ସନ୍ଧ୍ୟା୭ଟାରୁ ୫ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଛି l ଏହି ସବୁ ଅଞ୍ଚଳରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାଇତ୍ୱ ଦିଆଯାଇଛି l

Comments are closed.