ଗୋଚାଲାଣବେଳେ ୧୦ଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଗିରଫ

ବେଗୁନିଆ: ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶରେ ଆଜି ବାଘମାରୀ ପୁଲିସ ପକ୍ଷରୁ ବାଘମାରୀ ଛକରୁ ୧୦ଟି ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ପିକଅପ ଭ୍ୟାନକୁ ଜବତ କରାଯାଇଛି। ଗୋରୁଚାଲାଣ ଅଭିଯୋଗରେ ପୁଲିସ ପକ୍ଷରୁ ଡ୍ରାଇଭରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲାରୁ ଏକ ଭ୍ୟାନରେ ୧୦ଟି ଗୋରୁ ବୋଝେଇ କରି ଖୋର୍ଦ୍ଧା ଥାନା ଅନ୍ତର୍ଗତ କେରଙ୍ଗ ଅଭିମୁଖେ ଯାଉଥିବା ଖବର ପାଇ ବାଘମାରୀ ଛକ ଉପରେ ଥାନା କର୍ମଚାରୀମାନେ ଚଢ଼ାଉ କରିଥିଲେ ଏବଂ ଗୋରୁ ବୋଝେଇ ଭ୍ୟାନଟିକୁ ଜବତ କରି ଥାନାକୁ ଆଣିଥିଲେ।

 

କେରଙ୍ଗ ଗ୍ରାମର ଡ୍ରାଇଭର ମମତାଜ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଜବତ ୪ଟି ଗାଈ ଏବଂ୬ ଟି ବଳଦଙ୍କୁ ଭୁବନେଶ୍ୱରସ୍ଥିତସିଜୁଆ ଗୋଶାଳାରେ ଛଡ଼ାଯାଇଛି। ଥାନା ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ୪୭/୨୧ ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

Comments are closed.