ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗ ,ଜଣେ ଗିରଫ

ବେଗୁନିଆ -ବେଗୁନିଆ ଥାନା ଅନ୍ତର୍ଗତ ଟୀକାତାଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ସେହି ଗ୍ରାମର ୪ ଜଣ ବ୍ୟକ୍ତି ଦୁର୍ବ୍ୟବହାର କରି ମାଡ଼ ମାରିଥିବା ଅଭିଯୋଗ । ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗଙ୍ଗାଧର ବଳିଆରସିଂହ ଙ୍କ ଝିଅ ଚିନ୍ମୟୀ ବଳିଆରସିଂହ ତାଙ୍କ ଘରେ ଏକାକୀ ଥିବାର ସୁଯୋଗ ନେଇ ସେହି ଗ୍ରାମର ରଂଜନକୁମାର ଶ୍ରୀଚନ୍ଦନ ଅନ୍ୟ ୩ ଜଣଙ୍କ ସହିତ ତାଙ୍କ ଘରେ ପଶି ତାଙ୍କୁ ଟଣା ଓଟରା କରି ଚୁଟି ଧରି ଘୋଷାଡି ବାଡ଼ାଇଥିବା ଅଭିଯୋଗ ହୋଇଥିଲା ।ମାଡରେ ତାଙ୍କର ଡାହାଣ ପଟ ଆଖିପତା ଫାଟିଯାଇଥିବା ସୂଚନା ମିଳିଛି ।

ଏ ସଂକ୍ରାନ୍ତରେ ସେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଏ ଏସ ଆଇ ଭୁବନ ବେହେରା ୭୧/୨୨ନଂ କେଶ ରୁଜୁ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଅନ୍ୟମାନେ ଫେରାର ଅଛନ୍ତି ।

Comments are closed.