କାର ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ବେଗୁନିଆ: ଆଜି ଅପରାହ୍ନରେ ବେଗୁନିଆ ବଜାର ଦେଇ ଶଳା ଭିଣୋଇ ଏକ ବାଇକରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁଇଜଣଯାକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପଂହଁଚି ସେମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଡାକ୍ତର ସେଠାରେ ଧାନଘର ନୂଆଗାଁର ମିଟୁ ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ମାଣିବନ୍ଧ ଗ୍ରାମର ଅଶୋକ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସେମାନେ ବେଗୁନିଆ ନିକଟସ୍ଥ ରାଧାକାନ୍ତପୁର ପଂଚାୟତର ଧାନଘର ନୂଆଗାଁ ଏବଂ ବୋଲଗଡ଼ ବ୍ଲକ ମାଣିବନ୍ଧ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

Comments are closed.