ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ବେଗୁନିଆ: ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଚଳିତ ମେଟ୍ରିକ ପରୀକ୍ଷାରେ ‘ଏ୧’ ପାଇ କୃତିତ୍ୱ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ବେହେରାଙ୍କ ତତ୍ବାବଧାନରେ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ବିଷ୍ଣୁପ୍ରସାଦ ମିଶ୍ର ଏବଂ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପାର୍ଥସାରଥୀ ରାଉତ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଥମେ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ନିମନ୍ତ୍ରିତ ଅତିଥି ଏବଂ ପ୍ରଧାନ ଶିକ୍ଷକ ଏ୧ ପାଇ ସ୍କୁଲର ଗୌରବ ରଖିଥିବା ଭବାନୀପ୍ରସାଦ ସାହୁ, ପ୍ରିୟାନ୍ସି ସୁବୁଦ୍ଧି, ଅସ୍ଳେସା ରଥ, ଅଙ୍କିତା ପଟ୍ଟନାୟକ ଏବଂ ସତ୍ୟ ଭାମା ସାହୁଙ୍କୁ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଶାଖା ପରିଚାଳକ ଶ୍ରୀ ରାଉତ ୫ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ସେ ଆଣିଥିବା ଉପହାର ପ୍ରଦାନ କରିଥିଲେ। କରୋନା ଯୋଗୁ ନିରାଡ଼ମ୍ବର ଭାବେ ବିଦ୍ୟାଳୟର କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଭିଡ କଟକଣାକୁ ମାନି କରାଯାଇଥିଲା। ଶେଷରେ ଅତିଥିମାନଙ୍କ ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ସଭାସାଙ୍ଗ କରାଯାଇଥିଲା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Comments are closed.