ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ବିଷ୍ଣୁପ୍ରସାଦ ମିଶ୍ରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା। ନିଜ କାର୍ଯ୍ୟାଳୟରୁ ଗୋଷ୍ଠୀ ଶିକ୍ଷାଧିକାରୀ ଆଜି ଏହି କାର୍ଯ୍ୟର ଶୁଭାରମ୍ଭ କରି ବ୍ଲକ ଅଞ୍ଚଳରେ ଥିବା ସମସ୍ତ ସ୍କୁଲରେ ୭ ଦିନ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟ ଶେଷ କରିବା ପାଇଁ ସେ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସିଆରସିସିମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ମହାପାତ୍ର ଏବଂ ଯୋଗୀନ୍ଦ୍ରନାଥ ସାହୁଙ୍କ ସମେତ ସିଆରସିସି ଗୋଲଖବିହାରୀ ସାହୁ, ବିଆରଟି ରଶ୍ମିତା ସାହୁ ଏବଂ ରଞ୍ଜିତା ବେହୁରା, କାର୍ଯ୍ୟାଳୟର ବଡ ବାବୁ ଶରତକୁମାର ପଟନାୟକ, ବିରଞ୍ଚି ନାରାୟଣ ମହାପାତ୍ର, ସମିତି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦାସ ଏବଂ ଶିକ୍ଷୟତ୍ରୀ ସୁଜାତା ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Comments are closed.