ବେଗୁନିଆ କୃଷି କାର୍ୟ୍ୟାଳୟର ଚାଷୀ ମାରଣ ନୀତି , ୪୦ କୁଇଣ୍ଟାଲ ବିରି ବାଟମାରଣା ଅଭିଯୋଗ

ବେଗୁନିଆ : ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କୃଷି କାର୍ୟ୍ୟାଳୟକୁ ଗତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀ ମାନଙ୍କ ପାଇଁ ୪୦  କ୍ୟୁଣ୍ଟାଲ ବିରି ଏବଂ ୨ କ୍ୟୁଣ୍ଟାଲ ମୁଗ ଆସିଥିଲା ।କିନ୍ତୁ ବନ୍ୟା ପ୍ରଭାବିତ ଅଂଚଳର ଚାଷୀ ମାନଙ୍କୁ ଏହା ବଣ୍ଟା ନଯାଇ ବାହାର ପଞ୍ଚାୟତରେ ବଣ୍ଟା ଯାଇଥିବାର କାର୍ୟ୍ୟାଳୟ ତରଫରୁ ଦର୍ଶାଯାଇଛି। ସରକାରୀ ନୀତି ନିୟମକୁ ଉଲ୍ଲଙ୍ଘନ କରି ବନ୍ୟାରେ ପ୍ରଭାବିତ ନହୋଇଥିବା ଚାଷୀମାନଙ୍କୁ କିପରି ତାହା ବଣ୍ଟାଗଲା ସେଥିନେଇ ପ୍ରଭାବିତ ଅଂଚଳର ଚାଷୀମାନେ ପ୍ରଶ୍ନ  ଉଠାଇଛନ୍ତି। ଏହା ସେମାନଙ୍କ ନାମରେ ବାଟମାରଣା କରାଯାଇଛି ତାର ଭିଜିଲାନ୍ସ ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡିବ ବୋଲି ଚାଷୀମାନେ ଦାବି କରୁଛନ୍ତି। ଗତ ୨୦୨୦/୨୧ ଆର୍ଥିକ ବର୍ଷରେ ହୋଇଥିବା ବନ୍ୟାରେ ବେଗୁନିଆ ବ୍ଲକର ପୋଡାଡିହ, ବାଘମାରୀ ଏବଂ ସାରୁଅ ପଞ୍ଚାୟତର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାର କୃଷି ବିଭାଗ ଏବଂ ତହସିଲ କାର୍ୟ୍ୟାଳୟ ତରଫରୁ
ମିଳିତ ଭାବେ ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ହେକ୍ଟର ପିଛା ୬ ହଜାର ଟଙ୍କା ସରକାରୀ ଅନୁଦାନ ପାଇଥିଲେ। ପରେ ସେହି ପଞ୍ଚାୟତର ସମ୍ପୃକ୍ତ ଚାଷୀମାନେ ରବି ଫସଲରେ କିପରି ଉପକୃତ ହୋଇପାରିବେ ସେଥିପାଇଁ ସରକାର ୪୦ କୁଇଣ୍ଟାଲ ବିରି ସହିତ ୨ କୁଇଣ୍ଟାଲ ମୁଗ ଏବଂ ଅନ୍ୟାନ୍ୟ ବିହନ ଯୋଗାଇ ଦେଇଥିଲେ ।କିନ୍ତୁ ଏ ସଂକ୍ରାନ୍ତରେ ଚାଷୀମାନେ ଜାଣି ନପାରିବାରୁ ତାର ସୁଯୋଗ ନେଇ କୃଷି କାର୍ୟ୍ୟାଳୟର କର୍ମଚାରୀମାନେ କୁଜି ନେତାଙ୍କ ସଲସୁତୁରାରେ ସମସ୍ତ ବିହନର ବାଟମାରଣା କରିଥିବା ଯୋଗୁଁ ଚାଷୀ ମାନେ ତାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ।ବାଘମାରୀ ଗ୍ରାମର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ରଘୁନାଥ ବେହେରା ଏବଂ ଜଗନ୍ନାଥ ବେହେରା ଜାନୁଆରୀ ମାସରେ ବେଗୁନିଆ କୃଷି କାର୍ୟ୍ୟାଳୟରୁ ୪ କେ ଜି ବିରି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଔଷଧ ନେଇ ୨୪୪ ଟଙ୍କା ଲେଖାଏଁ ଦେଇଥିଲେ ।ସେମାନେ ଦେଇଥିବା ୨୪୪ ଟଙ୍କାର ମନି ରିସିପଟ ମାଗିବା ପରେ ସରକାରଙ୍କର ସେଥିପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସେମାନଙ୍କୁ ରୋକଠୋକ ମନା କରାଯାଇଥିଲା ।କିନ୍ତୁ ସରକାରଙ୍କର ନିୟମ ଅନୁଯାୟୀ ଯେଉଁ ଚାଷୀ ୨୪୪ ଟଙ୍କା ଦେଇ ଗୋଟିଏ କିଟ ନେବ ସେମାନଙ୍କୁ ଆଉ ୧୬ କେ ଜି ବିରି ବିନା ଦେୟରେ ଦେବା ପାଇଁ ଥିବାବେଳେ ରଘୁନାଥ ବେହେରା ଏବଂ ଜଗନ୍ନାଥ ବେହେରା ୨୪୪ ଟଙ୍କା ଲେଖାଏଁ ଦେଇଥିବାବେଳେ ସେମାନଙ୍କୁ ବାକି ୧୬ କେ ଜି ବିରି ଦିଆଯାଇନଥିଲା।

ଫଳରେ ରଘୁନାଥ ବେହେରା ଏ ସଂକ୍ରାନ୍ତରେ ଚଳିତ ବର୍ଷ ଅପ୍ରେଲ ମାସ ୫ ତାରିଖରେ ସୂଚନା ଅଧିକାର ଆଇନ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଣେଶ ପ୍ରସାଦ ଦାସ ବେଗୁନିଆ ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଚିଠି କରିଥିଲେ ।ବ୍ଲକ କୃଷି ଅଧିକାରୀ ଶ୍ରୀ ପାଣିଗ୍ରାହୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ରେଫରେନ୍ସ ଚିଠି ନଂ ୧୦୫୮ତା୭.୪.୨୧ ଅନୁୁଯାୟୀ ତାଙ୍କର ଚିଠି ନଂ୫୮ ତା୧୩.୪ .୨୧ ରେ ୨୪୪ ଟଙ୍କା ଦେଇ ୪ କେଜି ବିରି ଥିବା ଏକ କିଟ ନେଲେ ୧୬ କେ ଜି ବିରି ମାଗଣାରେ ପାଇବା ପାଇଁ ସରକାରଙ୍କର ନିୟମ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।କିନ୍ତୁ ବ୍ଲକ କୃଷି ଅଧିକାରୀ ଶ୍ରୀ ପାଣିଗ୍ରାହୀ ବନ୍ୟା ପ୍ରଭାବିତ ବାଘମାରୀ ପଂଚାୟତ ର ଗରୀବ ଚାଷୀ ମାନଙ୍କୁ ବାଦ ଦେଇ ବନ୍ୟାରେ ପ୍ରଭାବିତ ହୋଇନଥିବା ଏବଂ ବନ୍ୟା କଣ ଜାଣିନଥିବା ଶଗଡ଼ଭଙ୍ଗା ପଞ୍ଚାୟତ ଛିମା ଗ୍ରାମର ୫୦ ଜଣ ଚାଷୀ ,ହଜ ପଞ୍ଚାୟତ ନିଧିପୁର ଗ୍ରାମର ୧୫ ଜଣ ଏବଂ ହଜ ଗ୍ରାମର ୨ ଜଣ ଚାଷୀ, କୁଞ୍ଜୁରୀ ପଞ୍ଚାୟତ କୁଞ୍ଜୁରୀ ଗ୍ରାମର ୯ ଜଣ ଚାଷୀ,ବେଗୁନିଆ ପଞ୍ଚାୟତ ବେଗୁନିଆ ର ୨୫ ଜଣଚାଷୀଙ୍କୁ ଅନେକଙ୍କର ଫାର୍ମର୍ସ ଆଇ ଡି ଏବଂ ପିତାଙ୍କ ନାମ ନଥାଇ କାହା ଇଙ୍ଗିତରେ ଏବଂ ବଳରେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ସମସ୍ତ ମାଗଣା କିଟ ପ୍ରଦାନ କରାଯାଇଛି ନାଁ ଏହିସବୁ ନାମରେ ସମ୍ପୂର୍ଣ ବାଟମାରଣା କରାଯାଇଛି ତାର ଭିଜିଲାନ୍ସ ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡିବ ବୋଲି ଚାଷୀମାନେ ଦାବି କରିଛନ୍ତି ।ଏତଦ୍ ବ୍ୟତୀତ ବନ୍ୟା ପ୍ରଭାବିତ ପୋଡାଡିହ ପଂଚାୟତରେ ୧୮ ଜଣ ,ତୁଳସୀପୁର ର ୪୦ ଜଣ ,ପତନିବରର ୪୧ ଜଣ ଚାଷୀଙ୍କ ନାମରେ କିଟ ସହିତ ମାଗଣା ବିହନ ପ୍ରଦାନ କରାଯାଇଥିବାର ମିଳିଥିବା ସୂଚନା ଅଧିକାର ତଥ୍ୟ ଅନୁସାରେ ଜଣାପଡିଛି ।ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଶ୍ରୀ ବେହେରା ଚଳିତ ମାସ ୧୭ ତାରିଖ ଦିନ ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଜଣା ପଡ଼ିଛି ।ଘଟଣା ସମ୍ପର୍କରେ  ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଏ ସମସ୍ତ ବିଷୟରେ  ମୁଁ କିଛି ଜାଣିନାହିଁ , ସେତେବେଳେ କାର୍ୟ୍ୟ କରୁଥିବା ଏଏଓ ମାନେ କରିଛନ୍ତି, ବାତ୍ୟାରେ କେଉଁ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିଲା ଏବଂ କେତେଜଣ ଚାଷୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ତାର ମିଳିତ ତଦନ୍ତ କୃଷି କାର୍ୟ୍ୟାଳୟ ଏବଂ ତହସିଲ କାର୍ୟ୍ୟାଳୟ ତରଫରୁ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା ବେଳେ କୃଷିବିଭାଗ ନିକଟରେ କୌଣସି ତଥ୍ୟ ନାହିଁ ଏବଂ ଭିଏଡବ୍ଲୁ ମାନେ ସେ ସବୁ ବାଣ୍ଟୁଥିବାବେଳେ ସେମାନେ ଜାଣିଥିବେ ବୋଲି କହିଥିଲେ ।

Comments are closed.