ଗୋଚାଲାଣ ଗାଡିକୁ ଜବତ କଲା ପୋଲିସ, ଚାଳକ ଫେରାର

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋର-କଣ୍ଟାମଳିମ ରାସ୍ତାରୁ ବାଘମାରୀ ପୋଲିସ ୩ଟି ଗୋରୁ ବୋଝେଇ ହୋଇଥିବା ଏକ ପିକଅପ ଭ୍ୟାନକୁ ଜବତ କରିଛି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଲକଡାଉନର ସ୍ଥିତି ପରଖି ଫେରୁଥିବାବେଳେ ଏକ ପିକଅପ ଭ୍ୟାନରେ ୩ଟି ଗୋରୁ ବୋଝେଇ କରି ବାହାରକୁ ଚାଲାଣ କରିବା ପାଇଁ ଚାଳକ ସମ୍ପୃକ୍ତ ରାସ୍ତାରେ ଦେଇ ଯାଉଥିଲା । ପୋଲିସ ଗାଡିକୁ ଦେଖି ଚାଳକ ଗାଡିଟିକୁ ରାସ୍ତା ଉପରେ ଥୋଇ ଘଟଣାସ୍ଥଳରୁ ଧାଇଁ ପଳାଇ ଯାଇଥିଲା । ଥାନା ଅଧିକାରିଣୀ ଗାଡିଟିକୁ ଜବତ କରି ଥାନାକୁ ଆଣିଥିବାବେଳେ ଗୋରୁଗୁଡିକ ଭୁବନେଶ୍ବରସ୍ଥିତ ସିଜୁଆ ଗୋଶାଳ।ରେ ଛଡ଼ାଯାଇଛି । ଗାଡିର ମାଲିକ କିଏ ତାହାର ଅନୁସନ୍ଧାନ କରୁଥିବାବେଳେ ଡ୍ରାଇଭରକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ୪୧/୨୧ ନଂ କେଶ ରୁଜୁ କରାଯାଇ ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ଘଟଣାର ତଦନ୍ତ କରୁଛନ୍ତି ।

Comments are closed.