ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଚୟନ ପାଇଁ ବିଜେପିର ଦାବିପତ୍ର

ବେଗୁନିଆ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପକ୍ଷପାତିତା ନକରି ଉପଯୁକ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ନେତୃମଣ୍ଡଳୀ ଆଜି ଏହି ମର୍ମରେ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ବେଗୁନିଆ ଏବିଡିଓ ମହେନ୍ଦ୍ରକୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଜିଲାର ସମସ୍ତ ବ୍ଲକକୁ ଚଳିତ ଆର୍ଥିକ ବର୍ଷରେ ୧୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ବ୍ଲକରେ ପଡିରହିଥିବା ଆବେଦନପତ୍ର ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଗୃହ ଆବଣ୍ଟନ କରିବା ,ବିଗତ ଫଣି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଗୃହ ଆବଣ୍ଟନବେଳେ ପୂର୍ବରୁ ଆବାସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀଙ୍କର ଆଉ ଥରେ ଯାଞ୍ଚ କରାଯାଇ ନୂତନ ତାଲିକାରୁ ବାଦ ଦିଆଯାଉ।

 

ଗୃହ ଆବଣ୍ଟନବେଳେ ଦଳୀୟ ଆଧାରରେ ପକ୍ଷପାତିତା କରାନଯିବା,ଜନସଂଖ୍ୟା ଆଧାରରେ ପ୍ରତେକ ପଞ୍ଚାୟତକୁ ସମାନୁପତିକ ହାରରେ ଆବାସ ଯୋଜନାର ଗୃହ ଆବଣ୍ଟନ କରାଯିବା ପ୍ରତି ଦୃଷ୍ଟି ଦେବାକୁ ଦାବି ପତ୍ରରେ କୁହାଯାଇଛି। ଆଜିର ଏହି କାର୍ୟ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକ, ଋଷଭ ନନ୍ଦ, ପ୍ରକାଶଚନ୍ଦ୍ର ବିଜୁଳି, ଭଗବାନ ପଣ୍ଡା, ଯଜ୍ଞଦତ୍ତ ସୁନ୍ଦରାୟ, ଲଷ୍ମୀଧର ମହାରଣା, ଶାନ୍ତିଶେଖର ମହାପାତ୍ର ଏବଂ ହରିବନ୍ଧୁ ମହାରଣା ପ୍ରମୁଖଙ୍କ ସହିତ ମଣ୍ଡଳ ସଭାପତି ଏବଂ ରାଜ୍ୟ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Comments are closed.