ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଅବମାନନା, ବେଗୁନିଆରେ ଟୀକାରୁ ବଂଚିତ କରୋନା ଯୋଦ୍ଧା

ବେଗୁନିଆ: -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହିତ ଅଗ୍ରାଧିକାର ଭିତ୍ତିରେ ଟୀକାକରଣରେ ସାମିଲ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେl କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁl ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସମ୍ମାନ ଜଣାଇ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକାଦାନ ସରିଥିବାବେଳେ ବେଗୁନିଆରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ସାମ୍ବାଦିକମାନେ ଟିକାଦାନରୁ ବଂଚିତ ହୋଇଥିବା ଜଣାପଡିଛିl

ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏଠାରେ କାର୍ଯ୍ୟରତ କେତେଜଣ ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରି ହେଉନାହିଁ ତାହେଲେ ସ୍ଥାନୀୟ ପ୍ରଶାସନ କରୋନା ନିୟନ୍ତ୍ରଣ କ୍ଷେତ୍ରରେ କେଉଁଭଳି କାର୍ଯ୍ୟ କରୁଥିବ ତାହା ଏହି ଘଟଣାରୁ ସ୍ପଷ୍ଟ ଜାଣି ହେଉଛିl ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାମ୍ବାଦିକମାନେ ଦାବି କରିଛନ୍ତିl

Comments are closed.