ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ

ବେଗୁନିଆ: ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ନିଅଁlମୁହାଁ ଠାରୁ ବେଆଇନ ଭାବେ ପଥର ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ତହସିଲ ପ୍ରଶାସନ ପକ୍ଷରୁ ଜବତ କରାଯାଇ କାର୍ଯ୍ୟାଳୟ ଭିତରେ ରଖାଯାଇଛି। ଏହି ଅଞ୍ଚଳରେ ଥିବା ବହୁ ବେଆଇନ ପଥରଖଣିରୁ ପଥର ଚୋରlଚାଲାଣ କରି ମାଫିଆ ମାନେ କୋଟି କୋଟି ଟଙ୍କା ଲୁଟୁଥିବାବେଳେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶ ରେ କର୍ମଚାରୀମାନେ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ନେଇ ଧରପଗଡ଼ କରୁଥିଲେ। ଏହି ସମୟରେ ପଥର ବୋଝେଇ ଟ୍ରାକ୍ଟରଟିକୁ ଜବତ କରାଯାଇଛି। ଏଥି ସହିତ ମାସ୍କ ଚେକିଂ କରି ଅମାନିଆମାନଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Comments
Loading...