ବେଆଇନ ବାଲି ,ପଥର ବୋଝେଇ ଗାଡି ଜବତ

୪୦ହଜାର ଜରିମାନା ଆଦାୟ

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ଥିବା ବେଆଇନ ପଥର ଖଣିରୁ ମାଫିଆମାନେ  ଲଘୁ ଖଣିଜ ଦ୍ରବ୍ୟ ରାତି ଅଧିଆ ଚୋରା ଚାଲାଣ କରି କୋଟି କୋଟି ଟଙ୍କାର ରାଜସ୍ୱ ଲୁଟୁଥିବା ଖବର ମିଳିଥିଲା।   ସେମାନଙ୍କ ଉପରେ ରୋକ ଲଗାଇବା ପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଉଦ୍ୟମ ଜାରି ରଖିଛନ୍ତି l ଆଜି ମଣ୍ଡଳଙ୍କ ନିର୍ଦେଶରେ କାର୍ଯ୍ୟାଳୟର କର୍ମଚାରୀମାନେ ଛିମାରେ ଚାଲିଥିବା ବେଆଇନ ପଥରଖଣି ଉପରେ ଚଢ଼ାଉ କରିବା ସମୟରେ ପଥର ଖୋଳିବା ପାଇଁ ଏକ ଜେ ସି ବି ସେଠାରେ ମାଟି ସଫା କରୁଥିବାର ଦେଖିବାକୁ ମିଳିଥିଲା l କିନ୍ତୁ କର୍ମଚାରୀମାନଙ୍କୁ ଦେଖି ଖଣିରେ ଥିବା ଲୋକମାନେ ଜେ ସି ବି ଟିକୁ ଛାଡ଼ି ଖସି ପଳାଇଥିଲେ। ସେଠାରେ ଅପେକ୍ଷା କରି ମାଲିକ ଆସିବା ପରେ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା କରି ଜେ ସି ବି ଟିକୁ ଛାଡ଼ି ଦେଇଥିଲେ l
ସେହିପରି ଗୋବିନ୍ଦପୁର ଛକରେ ତହସିଲଦାରଙ୍କ ନିର୍ଦେଶ କ୍ରମେ କର୍ମଚାରୀମାନେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ନେଇ ଧରପଗଡ଼ କରୁଥିବା ବେଳେ ବିନା କାଗଜପତ୍ର ରେ ବାଲି ବୋଝେଇ କରି ବାଲି ଚାଲାଣ କରୁଥିବା ଏକ ହlଇୱାସହିତ ଏକ ପଥର ବୋଝେଇ ମିନିଟ୍ରକ ଜବତ କରି ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା l ପରେ ବାଲି ବୋଝେଇ ହାଇୱାଟିରୁ ୧୫ହଜାର ଟଙ୍କା ଜରିମାନା ଆଦାୟ କରି ଗାଡିଟିକୁ ଛାଡି ଦିଆଯାଇଥିଲା l ପଥର ବୋଝେଇ ମିନିଟ୍ରକଟି ଏବେ କାର୍ଯ୍ୟାଳୟରେ ରଖାଯାଇଛି l

Comments are closed.