ବେଗୁନିଆ ତହସିଲର ୭ ଟି ବେଆଇନ ପଥରଖଣିରେ ୧୪୪  ଧାରା ଜାରି

ବେଗୁନିଆ: ବେଗୁନିଆ ତହସିଲ ଅ୍ଞ୍ଚଳରେ ଥିବା ବହୁ ବେଆଇନ ପଥରଖଣିରୁ ଲଘୁଖଣିଜ ଦ୍ରବ୍ୟ ଚୋରା କାରବାର ଦିନକୁଦିନ ବୃଦ୍ଧି ପାଉଥିବାବେଳେ ସରକାରଙ୍କର ଅନାଗ୍ରହ ଯୋଗୁଁ ଏହାକୁ ଏଠାରେ ରୋକିବା ସମ୍ଭବ ହେଉନାହିଁ l ଫଳରେ ପଥରମାଫିଆ ମାନେ ଲଗlମଛଡl ହୋଇ ଜୀବନକୁ ବାଜି ଲଗାଇ ତହସିଲଦାରଙ୍କ ପିଛା କରି ରାତିଅଧିଆ ମାଙ୍କଡlପଥର ଚୋରା ଚାଲାଣ କରୁଛନ୍ତି l ତହସିଲଦାରଙ୍କୁ ସ୍ଥାନୀୟ ପୁଲିସର ସହାୟତା ଠିକ ଭାବେ ମିଳୁନଥିବାବେଳେ ତାଙ୍କୁ ମିଳିଥିବା ରିଜର୍ଭ ପୋଲିସମାନଙ୍କୁ ତାଙ୍କ ନିକଟରୁ କାଢି ନିଆଗଲା ପରେ ପଥର ମାଫିଆମାନଙ୍କର ଭୟ ନଥିବା ଯୋଗୁଁ ସେମାନେ ଲଗlମଛଡl ହୋଇଯାଇଛନ୍ତି l ତହସିଲଦାର ଥାନାକୁ ପୋଲିସ ମାଗିବାବେଳକୁ ଏବଂ ଥାନାରେ ପୋଲିସ ନଥିବା ଯୋଗୁଁ ଠିକ ସମୟରେ ଚଢ଼ାଉ କରିବା ସମ୍ଭବ ହେଉନାହିଁ l କିନ୍ତୁ ତହସିଲଦାରଙ୍କୁ ଯେଉଁ କେତେଦିନ ପୁଲିସ ଫୋର୍ସ ଯୋଗାଇ ଦିଆଯାଇଥିଲା ସେ ସମୟରେ ପଥର ମାଫିଆ ମାନେ ଚଢ଼ାଉର ସୁରାକ ପାଇପାରୁନଥିବାବେଳେ ରାଜସ୍ୱ ଆଦାୟ ଠିକ ଭାବରେ ହୋଇପାରୁଥିଲା l ଏବେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଚୋରାଚାଲାଣକୁ କିପରି ରୋକିପାରିବେ ସେଥିପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରି ଯେଉଁସବୁ ଖଣି ନିଲାମ ହେବା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି ,ସେହିସବୁ ଖଣି ନିଲାମ ହେବା ପୂର୍ବରୁ ଲଘୁ ଖଣିଜ ଦ୍ରବ୍ୟ ଚୋରି ହେବାର ସମ୍ଭାବନା ରହିଥିବାରୁ ତହସିଲଦାର ଶ୍ରୀ ମଣ୍ଡଳ ବେଗୁନିଆ ତହସିଲ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ୭ ଟି ଖଣି ଯଥା ,ବାଲିବେରଣୀ-ପ୍ଲଟ ନଂ୪୯୭ ଡିଙ୍ଗରରେ ୩ଟି ପ୍ଲଟନଂ-୯୫ ,୯୫/୧୮୩୧ ,୯୫/୧୮୩୨ ଏବଂ ରାଉତପଡାର ପ୍ଲଟ ନଂ୧୨୮୯,୧୫୩୩ଆଦି ଜଗlରେ ଥିବା ଖଣି ଗୁଡିକ ଉପରେ୧୪୪ ଧାରା ଲାଗୁକରିବା ପାଇଁ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆଙ୍କୁ ସୁପାରିଶ କରିଥିଲେ। ଫଳରେ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ଉକ୍ତ ଖଣି ଗୁଡିକରେ ରିଜର୍ଭପୋଲିସ ସହାୟତାରେ ତହସିଲଦାର ଶ୍ରୀ ମଣ୍ଡଳଙ୍କ ନିର୍ଦେଶ କ୍ରମେ ଆର ଆଇ ବିଜୟକୁମାର ମାର୍ଥlଏବଂ ସୁପର ଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଖଣି ଅଂଚଳରେ ପହଞ୍ଚି ୧୪୪ ଧାରା ଜାରିକରିଛନ୍ତି।
୧୪୪ ଧାରା ଜାରି କରାଯାଇ ପଥର ମାଫିଆମାନଙ୍କୁ ସତର୍କ କରାଇ ଦିଆଯାଇଛି ଯେ ଯଦି ସମ୍ପୃକ୍ତ ଖଣି ଗୁଡିକରୁ ପୁନଶ୍ଚ ପଥର ଉତ୍ତୋଳନ କରାଯାଏ ତାହେଲେ ପଥର ମାଫିଆ ମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳକୋର୍ଡ଼ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ପଥର ମାଫିଆ ମାନଙ୍କୁ ଉକ୍ତ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ପଥର ଉତ୍ତୋଳନ ବନ୍ଦ ହୋଇନଥିଲା। ତେଣୁ ତହସିଲଦାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁଁ ପଥର ମାଫିଆ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଏବଂ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଉପଜିଲ୍ଲାପାଳ ବେଗୁନିଆ ତହସିଲକୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ଯୋଗାଇଦେଇଛନ୍ତି। ପ୍ରଥମଥର ପାଇଁ ତହସିଲଦାର ଶ୍ରୀ ମଣ୍ଡଳ ଖଣି ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି। ଉପଜିଲ୍ଲାପାଳ ବେଗୁନିଆ ଥାନା ଅଧିକାରୀଙ୍କୁ ଏହି କାର୍ଯ୍ୟର ପ୍ରଚାର ସହିତ ସମ୍ପୃକ୍ତ ସର୍କଲର ଆର ଆଇ ଙ୍କ ସହାୟତାରେ ଖଣି ଅଂଚଳରେ ନାଲି ପତାକା ମାରିବା ପାଇଁ ନିର୍ଦେଶ ଦେଇଛନ୍ତି।

Comments are closed.