ଆତଙ୍କ ସୃଷ୍ଟି କରୁଥିବା ଯୁବକଙ୍କୁ ଫାଣ୍ଡିରେ ଜିମା ଦେଲେ ସ୍ଥାନୀୟ ଲୋକେ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଦୋଳପଡ଼ିଆରେ ବୁଧବlର ଏବଂ ରବିବାର ଚାଲିଥିବା ହାଟରୁ ବାରମ୍ବାର ମୋବାଇଲ, ଗାଡି ଏବଂ ସୁନାଚେନ ଆଦି ଚୋରି ଯାଉଥିବା ବେଳେ ଲୋକମାନେ ସିକୋ ଫାଣ୍ଡିରେ ଅଭିଯୋଗ କରୁଥିଲେl କିନ୍ତୁ ପୁଲିସ ଏହି ସବୁ ଘଟଣାରେ ମୁଣ୍ଡ ନପୁରାଇ ଅଭିଯୋଗ ପାଇ ନୀରବରେ ବସିଯାଉଥିଲାl

ତେବେ ଆଜି ସନ୍ଧ୍ୟା ସମୟରେ ୩ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ହାଟ ଭିତରେ ଲୋକମାନଙ୍କୁ ଡରlଇ ଆତଙ୍କରାଜ ସୃଷ୍ଟି କରୁଥିବା ବେଳେ ସିକୋ ଗ୍ରାମର କିଛି ସାହସୀ ଯୁବକ ସେମାନଙ୍କୁ କାବୁ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେl ରଣପୁର ଥାନା ମୟୁରଝlଲିଆ ଗ୍ରାମର ତପନ ପ୍ରଧାନ (୨୨)ଏକ ବନ୍ଧୁକ ଧରିଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ଫାଣ୍ଡିରେ ଜିମା ଦେଇଛନ୍ତିl

Comments are closed.