‘ସମାଜ’ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ

ବେଗୁନିଆ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଦୈନିକ ‘ସମାଜ’ ପକ୍ଷରୁ ପାଳିତ ହେଉଥିବା ସେବା ସପ୍ତାହ ଅବସରରେ ଗୁରୁବାର ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓସ୍ବ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ‘ସମାଜ’ ପ୍ରତିନିଧି ବିବେକାନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ପ୍ରଥମେ ସଂଧ୍ୟାରାଣୀ ମିଶ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଧୋବେଇ ଚରଣ ନାୟକ, ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼ାକ୍ତର ଦୁର୍ଗା ପ୍ରସାଦ ଜେନା, ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ, ସ୍ଥାନୀୟ ସରପଞ୍ଚ ସୁନନ୍ଦା ବରାଳ, ସ୍ୱେଚ୍ଛାସେବୀ ସଂଗଠନ ଓସ୍ୱର ସମ୍ପାଦିକା ଜ୍ୟୋତ୍ସ୍ନା ଦାସ, ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଖୋର୍ଦ୍ଧା ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡ଼ାକ୍ତର ସୌରଭ କୁମାର ରାୟ, ଲ୍ୟାବ ଟେକନିସିୟାନ ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ୱାଇଁ ଓ ସହାୟିକା ଅମିତା ନାୟକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମାଜସେବୀ ସୁରେନ୍ଦ୍ର ନାଥ ସେଠୀ, ବୀରେନ୍ଦ୍ର କେଶରୀ ବାହୁବଳେନ୍ଦ୍ର, ସୁକାନ୍ତ କୁମାର ସାହୁ, ସୁରମା ପଟ୍ଟନାୟକ, ଦିଲ୍ଲୀପ କୁମାର ପଟ୍ଟନାୟକ, ମନୋଜ କୁମାର ବଳବନ୍ତରାୟ ସମେତ ବହୁ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.