ମିଳୁନି ପୁଲିସ ସହାୟତା, ଅବାଧରେ ଚାଲିଛି ପଥର ଚୋରା ଚାଲାଣ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ତହସିଲକାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ପୃଥ୍ୱୀରାଜ ମଣ୍ଡଳ ଯୋଗ ଦେବା ପରେ ମlଙ୍କଡ଼ା ପଥର ଚୋରା ଚାଲାଣରେ କିଛିମାତ୍ରାରେ ଅଙ୍କୁଶ ଲାଗିଥିଲା l କିନ୍ତୁ ଉପଯୁକ୍ତ ସମୟରେ ପୋଲିସ ସହାୟତା ନମିଳିବା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ପଥର ଚୋରା ଚାଲାଣ ଏବେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ବର୍ତ୍ତମାନ ପରିସ୍ଥିତିରେ ସରକାର ରାଜସ୍ୱ ବୃଦ୍ଧି ଏବଂ ସଂଗ୍ରହ ଉପରେ ଯେତିକି ଗୁରୁତ୍ୱ ଦେଉଛନ୍ତି ସେହି ତୁଳନାରେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସୁରକ୍ଷା ପ୍ରତି ସେତିକି ଗୁରୁତ୍ୱ ଦେଉନାହାନ୍ତି। ବେଗୁନିଆ ତହସିଲ ଅଂଚଳରେ ବହୁ ବେଆଇନ ପଥର ଖଣି ରହିଥିବାବେଳେ ପ୍ରଶାସନିକ ସ୍ତରରେ ଉପଯୁକ୍ତ ସମନ୍ୱୟ ରହୁନଥିବା ଯୋଗୁ ପଥର ମାଫିଆ ମାନେ ଲଗାମଛଡା ହୋଇଯାଇଛନ୍ତି l ତହସିଲଦାର ଶ୍ରୀ ମଣ୍ଡଳ ନିଜ ଜୀବନକୁ ବାଜି ଲଗାଇ ବେଆଇନ ପଥର ଖଣି ଉପରେ ଦିନ ରାତି  ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରିବା ଯୋଗୁଁ ପଥର ମାଫିଆ ମାନେ ଚାଲାକ ହୋଇ ଏବେ ରାତି ଅଧିଆ ପଥର ଚାଲାଣ କରୁଛନ୍ତି l ବିନା ପୋଲିସ ସହାୟତାରେ ରାତିରେ ପଥର ଖଣି ଉପରେ ଚଢ଼ାଉ କରିବାକୁ ଯିବା ମାନେ ବିପଦକୁ ଡାକିବା ସଙ୍ଗେ ସମାନ l ତହସିଲଦାର ରାତିଅଧରେ ଚଢ଼ାଉ କରିବାକୁ ଯିବା ସମୟରେ ଥାନାରେ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ନଥିବା ଯୋଗୁ ପୋଲିସ ସହାୟତା ମିଳିପାରୁନାହିଁ l ପଥର ମାଫିଆ ମାନେ ପୋଲିସକୁ ଭୟ କରୁନଥିବା ବେଳେ ତହସିଲଦାରଙ୍କୁ କେଉଁ କ୍ଷମତା ବଳରେ ଭୟ କରିବେ l
ପୁଲିସ ସହାୟତା ମିଳୁ କି ନମିଳୁ ତହସିଲଦାର ଶ୍ରୀ ମଣ୍ଡଳ ନିଜ କର୍ତବ୍ୟରେ ଅବହେଳା ନକରି ନିଜ କର୍ମଚାରୀ ମାନଙ୍କୁ ସାଙ୍ଗରେ ଧରି ଏକଲା ଚଲୋ ନୀତିରେ ବିଭିନ୍ନ ଖଣି ଉପରେ ଚଢ଼ାଉ କରୁଥିବାର ଦେଖିବାକୁ ମିଳୁଛି l ଉଲେଖଯୋଗ୍ୟ ଯେ କରୋନା ସମୟରେ ବେଗୁନିଆ ତହସିଲକାର୍ଯ୍ୟାଳୟକୁ ବିଭିନ୍ନ ଖଣି ଉପରେ ଚଢ଼ାଉ କରିବା ପାଇଁ ୪ ଜଣ ପୋଲିସ କର୍ମଚାରୀ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିଲା l ସେ ସମୟରେ ତହସିଲଦାର ଯେତେବେଳେ ଯେଉଁ ମୁହୂର୍ତରେ ଚାହିଁଲେ ତତକ୍ଷଣlତ ସେମାନଙ୍କୁ ସାଙ୍ଗରେ ଧରି ସେଠାରେ ଚଢ଼ାଉ କରି ପାରୁଥିଲେ l କିନ୍ତୁ କୌଣସି ଲିଖିତ ନିର୍ଦେଶ ନଥାଇ ଏସ ପି ସେମାନଙ୍କୁ ଏଠାରୁ ନେଇଯିବା ପରେ ପଥର ମାଫିଆ ମାନେ ଏବେ ନିର୍ଭୟରେ ପଥର ଚୋରା ଚାଲାଣ କରୁଛନ୍ତି l ଉକ୍ତ ତହସିଲ କାର୍ଯ୍ୟାଳୟକୁ ଦିଆଯାଇଥିବା ଫୋର୍ସ ମାନଙ୍କୁ ତୁରନ୍ତ ଫେରାଇ ଦେବା ପାଇଁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି ଆଦୋୖ କର୍ଣ୍ଣପାତ ଜରୁନାହାନ୍ତି l ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ର ଅଭାବ ଯୋଗୁଁ ପଥର ମାଫିଆ ମାନେ ତାର ସୁଯୋଗ ନେଉଛନ୍ତି l ତହସିଲଦାର ପୋଲିସକୁ ଫୋନ କରି ଚଢ଼ାଉ ପାଇଁ ବହାରିକି ଗଲାବେଳକୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି lତେଣୁ କାର୍ଯ୍ୟକ୍ଷେତ୍ରରେ ବହୁ ବାଧା ସୃଷ୍ଟି ହେଉଛି l ତହସିଲ କାର୍ଯ୍ୟାଳୟକୁ ତୁରନ୍ତ ପୋଲିସ ଫୋର୍ସ ଯୋଗାଇଦେଲେ ସରକାରଙ୍କର ରାଜସ୍ୱ ବୃଦ୍ଧି ପାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Comments are closed.