ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବେଗୁନିଆ : ବେଗୁନିଆ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବେଗୁନିଆରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସାଇନ ଡ଼ାଇଗୋନିଷ୍ଟିକ ଖୋର୍ଦ୍ଧା ତରଫରୁ ମାଗଣା ରକ୍ତଚାପ ଓ ରକ୍ତ ସର୍କରା ଆଦି ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ୪୩ ଜଣଙ୍କର ପରୀକ୍ଷା କରାଯାଇଥିଲା । ଏଥି ସହିତ ବାର୍ଦ୍ଧକ୍ୟ ସମୟରେ ଦେଖାଯାଉଥିବା ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ତାର ସମାଧାନ ଦିଗରେ ସଚେତନ କରାଯାଇଥିଲା । ଏକ ସାଧାରଣ ବୈଠକରେ ନବ ନିର୍ବାଚିତ ବେଗୁନିଆ ସମିତି ସଭ୍ୟ ପ୍ରକାଶ କୁମାର ବଳିଆର ସିଂହ ଏବଂ ସରପଞ୍ଚ ସତ୍ୟନାରାୟଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ କୁଳମଣି ବଳିଆରସିଂହ ଏବଂ କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ସାହୁ ପରିଚାଳନା କରିଥିଲେ । ଭାଗିରଥି ପରିଡା ,ଦୀନବନ୍ଧୁ ଦାଶ ଏବଂ ଶରତ କୁମାର ପଣ୍ଡା ସହଯୋଗ କରିଥିଲେ । ସୁଧାନିଧି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ନୂତନ ସଦସ୍ୟ ଭାବେ ଶରତ କୁମାର ପଣ୍ଡା ଓ ପ୍ରଦୀପ କୁମାର ସାହୁ ଙ୍କୁ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଥିଲା ।

Comments are closed.