ନାଗସାପ କାମୁଡ଼ାରେ ଶିଶୁ ମୃତ

ବେଗୁନିଆ-ବେଗୁନିଆ ବ୍ଲକ ସିକୋ ପଞ୍ଚାୟତ ର ଚନ୍ଦ୍ରଶେଖରପୁର ଗ୍ରାମରେ ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ନାଗ ସାପ ଦଂଶନରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି ।ସମ୍ପୃକ୍ତ ଗ୍ରାମର ଲଜାଜୁଦ୍ଦିନଙ୍କ ବଡ ଝିଅ ରୁକ୍ସାର ବେଗମ(୫)ଗତକାଲି ରାତିରେ ସୋଇଥିବାବେଳେ ଏକ ନାଗ ସାପ ତାଙ୍କର ଡାହାଣ ହାତକୁ କାମୁଡି ଦେଇଥିଲା ।
 ସଂକ୍ରାନ୍ତରେ ପରିବାର ଲୋକ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ରଣପୁର ଡାକ୍ତରଖାନାକୁ ନେଇଯାଇଥିଲେ ।କିନ୍ତୁ ତାଙ୍କୁ ସେଠାରୁ ଭୁବନେଶ୍ୱର ୬ ନଂ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିବା ପରେ  ଶବ ବ୍ୟବଚ୍ଛେଦ କରି ଘରକୁ ଆଣିଥିଲେ ।ସିକୋ ସରପଞ୍ଚ ସନ୍ତୋଷୀ ରାୟ,ସରପଞ୍ଚଙ୍କ ପ୍ରତିନିଧି ତୀର୍ଥବାସୀ ରାୟ ପ୍ରମୁଖ ତାଙ୍କ ଘରେ ପଂହଁଚି ପରିବାର ଲୋକମାନଙ୍କୁ  ସମବେଦନା ଜଣାଇଛନ୍ତି ।

Comments are closed.