ମାଙ୍କଡl ପଥର ବୋଝେଇ ମିନିଟ୍ରକ ଜବତ, ୩୫ ହଜାର ଜରିମାନା ଦେଲେ ଟ୍ରକ ମାଲିକ

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ବେଆଇନ ଖଣି ଉପରେ ବାରମ୍ବାର ଚଢ଼ାଉ ସତ୍ତ୍ୱେ ପଥର ମାଫିଆ ମାନେ ସତର୍କ ହୋଇ ରାତି ଅଧିଆ ମlଙ୍କଡ଼ା ପଥର ଚୋରା ଚାଲାଣ କରୁଛନ୍ତି। ତହସିଲଦାର ଶ୍ରୀ ମଣ୍ଡଳଙ୍କ ନିର୍ଦେଶରେ ମଙ୍ଗଳବାର ବିଳମ୍ବିତ ରାତିରେ କାର୍ଯ୍ୟାଳୟର କର୍ମଚାରୀମାନେ ଶଗଡ଼ଭଙ୍ଗା ପଞ୍ଚାୟତର ରାୟମୂଳରେ ଥିବା ଏକ ବେଆଇନ ପଥର ଖଣି ଉପରେ ଚଢ଼ାଉ କରିଥିଲେ ଏବଂ ଗୋଟିଏ ମାଙ୍କଡl ପଥର ବୋଝେଇ ମିନିଟ୍ରକ ଜବତ କରିଥିଲେ l ଉକ୍ତ ଗାଡି ମାଲିକଙ୍କ ଠାରୁ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବl ପରେ ଗାଡିଟିକୁ ଛାଡି ଦିଆଯାଇଛି l

Comments are closed.