କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡଭଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶଗଡ଼ଭଙ୍ଗା ଗ୍ରାମ ଆନୁକୂଲ୍ୟରେ ବାଲୁଙ୍କେଶ୍ୱରଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବି ବି ସି ସି ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।ଟୁର୍ଣ୍ଣାମେଣ୍ଟରେ ଆଇ ପି ଏଲ ଭଳି କିଣା ବିକା ହୋଇ ଖେଳାଳି ମାନଙ୍କୁ ନେଇ ୪ ଟି ଦଳ ହୋଇଥିଲା । ସେମାନେ ହେଲେ ସାଇ ସୁପର କିଙ୍ଗ, ରାମଚଣ୍ଡୀ ରୟାଲସ ,ସୁପର ଇଲେଭେନ ୱାରିଅର୍ସ ଏବଂ ରଘୁନାଥ କିଙ୍ଗସ । ଫାଇନାଲରେସୁପର ଇଲେଭେନ ଏବଂ ସାଇ ସୁପର କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାଇ ସୁପର କିଙ୍ଗ ବ୍ୟାଟିଂ କରି ୧୨ଓଭରରେ ୮ ଉଇକେଟ ହରାଇ ୮୧ ରନ କରିଥିଲେ । ତାହାକୁ ପିଛା କରି ସୁପର ଇଲେଭେନ ମଧ୍ୟ ସମାନ ରନ କରି ମ୍ୟାଚକୁ ଟାଇ କରିଥିଲା । ଫଳରେ ସୁପର ଓଭରରେ ୨୧ ରନ କରି ବିପକ୍ଷ ଦଳକୁ ୬ ରନ ସଂଗ୍ରହ କରିବାକୁ ଦେଇ ଚମ୍ପିୟାନ ଟ୍ରଫି ହାସଲ କରିଥିଲା ଚନ୍ଦ୍ରକାନ୍ତ ଏବଂ ହରମୋହନ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ ।

Comments are closed.